ମୁମ୍ବାଇ: ବିଭିନ୍ନ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ହ୍ରାସ ପରେ ଭାରତୀୟ ସେୟାର ବଜାର ଉପରମୁହାଁ ହୋଇଛି । ଗୁରୁବାର ସକାଳୁ ସକାଳୁ ସେୟାର ବଜାର ଉପରକୁ ଉଠିଛି । ଫଳରେ ନିବେଶକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।
ନୂତନ ଜିଏସଟି ସ୍ଲାବ ସେପ୍ଟେମ୍ବର ୨୨ରୁ ଲାଗୁ ହେବ । ବିଏସଇ ସେନସେକ୍ସ ୮୮୮.୯୬ ପଏଣ୍ଟକୁ ବୃଦ୍ଧି ପାଇ କାରବାର ୮୧,୪୫୬.୬୭ରେ ପହଞ୍ଚିଥିଲା। ଏହା ସହ ଏନଏସଇ ନିଫଟି ୨୬୫.୭୦ ପଏଣ୍ଟ ଛୁଇଁଥିବାବେଳେ ୨୪,୯୮୦.୭୫ରେ କାରବାର ପହଁଚିଛି ।
ସେନସେକ୍ସରେ ତାଲିକାଭୁକ୍ତ ୩୦ଟି କମ୍ପାନୀ ମଧ୍ୟରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସେୟାର ସର୍ବାଧିକ ୭.୫୦% ବୃଦ୍ଧି ପାଇଛି । ବଜାଜ ଫାଇନାନ୍ସ (୪.୯୫%), ହିନ୍ଦୁସ୍ତାନ ୟୁନିଲିଭର (୧.୮୪%), ବଜାଜ ଫିନସର୍ଭ (୨.୭୮%), ଆଇଟିସି (୧.୬୪%), ଟାଟା ମୋଟର୍ସ (୦.୯୧%) ଏବଂ ଅଲଟ୍ରାଟେକ୍ ସିମେଣ୍ଟ (୦.୬୩%) ର ସେୟାର ମଧ୍ୟ ବୃଦ୍ଧି ପାଇଛି । କିନ୍ତୁ ଇଟର୍ନାଲ୍, ଟାଟା ଷ୍ଟିଲ୍, ଏନଟିପିସି ଏବଂ ଏଚସିଏଲ୍ ଟେକର ସେୟାର ହ୍ରାସ ପାଇଛି।