ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ଉତ୍ସବ ଗୋଟିଏ ଦିନ ପରେ ସେୟାର ବଜାରରେ ଆଜି ଭାଲେଣି ପଡ଼ିଛି। ସେୟାର ବଜାର ଅଚାନକ ହ୍ରାସ ପାଇବା କାରଣରୁ ନିବେଶକମାନଙ୍କ ମନରେ କଷ୍ଟ ଜାତ ହୋଇଛି।
ଆଜି ଷ୍ଟକ ବଜାରରେ ବିଏସଇ ସେନ୍ସେକ୍ସ ପ୍ରଥମ ୧୫ ମିନିଟରେ ୩୭୫.୧୯ ପଏଣ୍ଟ ବା ୦.୪୭ ପ୍ରତିଶତ ହ୍ରାସ ପାଇ ୮୦,୦୦୨.୯୪ରେ ପହଞ୍ଚିଥିଲା। ଏନଏସଇର ନିଫ୍ଟି ୫୧.୫୫ ପଏଣ୍ଟ ବା ୦.୨୧ ପ୍ରତିଶତ ବୃଦ୍ଧି ସହ ୨୪,୪୩୨.୫୦ ସ୍ତରରେ କାରବାର କରୁଥିଲା।
ଆଜିର କାରବାରରେ ବିଏସ୍ଇ ସେନ୍ସେକ୍ସ ୮୦,୫୬୩.୪୨ ସ୍ତରରେ ଖୋଲି ୧୮୫.୨୯ ପଏଣ୍ଟ ହ୍ରାସ ସହ କାରବାର ଆରମ୍ଭ କରିଥିଲା। ଗତକାଲିର କାରବାରରେ ସେନ୍ସେକ୍ସ ୮୦,୩୭୮.୧୩ରେ ବନ୍ଦ ହୋଇଥିଲା। ଏହା ସହିତ ଏନଏସଇ ନିଫ୍ଟି ଆଜି ୫.୫୫ ପଏଣ୍ଟ ବୃଦ୍ଧି ସହ ୨୪,୪୮୯.୬୦ ସ୍ତରରେ ଖୋଲିଥିଲା।
ବ୍ୟାଙ୍କ ନିଫ୍ଟି ୯୩.୨୫ ପଏଣ୍ଟ ବା ୦.୧୮ ପ୍ରତିଶତ ହ୍ରାସ ପାଇ ୫୨୪.୧୫ ପଏଣ୍ଟରେ କାରବାର କରୁଥିଲା। ବଜାର ଖୋଲିବାର ୧୦ ମିନିଟ୍ ପରେ ବ୍ୟାଙ୍କ ନିଫ୍ଟି ୧୦୪.୬୦ ପଏଣ୍ଟ ହ୍ରାସ ପାଇ ୫୨,୨୧୨ ସ୍ତରରେ ପହଞ୍ଚିଛି। ବ୍ୟାଙ୍କ ନିଫ୍ଟିର ୧୨ଟି ଷ୍ଟକ ମଧ୍ୟରୁ ୫ଟି ବୃଦ୍ଧି ପାଉଥିବା ବେଳେ ୭ଟି ଷ୍ଟକ ଦୁର୍ବଳତାର ଲାଲ ଚିହ୍ନ ସହ କାରବାର କରୁଛି।
ସେନ୍ସେକ୍ସର ୩୦ଟି ଷ୍ଟକ ମଧ୍ୟରୁ ୭ଟି ରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ୨୩ଟି ଷ୍ଟକ ହ୍ରାସ ପାଉଛି । ଟାଟା ଷ୍ଟିଲ ଓ ଟାଟା ମୋଟର୍ସ ସର୍ବାଧିକ ଲାଭବାନ ହୋଇଛନ୍ତି। ଟାଟା ଷ୍ଟିଲ, ଜେଏସଡବ୍ଲୁ ଷ୍ଟିଲ, ଟାଟା ମୋଟର୍ସ, ଏସବିଆଇ, ଏଚସିଏଲ ଟେକ୍ ପ୍ରମୁଖ ଲାଭବାନ ହୋଇଛନ୍ତି। ଅଲ୍ଟ୍ରାଟେକ୍ ସିମେଣ୍ଟ, ବଜାଜ ଫିନସର୍ଭ, ସନ୍ ଫାର୍ମା, ଟେକ୍ ମହିନ୍ଦ୍ରା, ଆଇସିଆଇସିଆଇ ବ୍ୟାଙ୍କ, ବଜାଜ ଫାଇନାନ୍ସର ସେୟାରରେ ଦୁର୍ବଳତା ଦେଖିବାକୁ ମିଳିଛି।