ନୂଆଦିଲ୍ଲୀ: ଦେଶରେ ଏନ୍ଡିଏ ସରକାର ତୃତୀୟ ଥର ପାଇଁ ଆସିସାରିଛି। ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ମୋଦୀ ୩.୦କୁ ସୋମବାର ସେୟାର ବଜାର ମଧ୍ୟ ପ୍ରଣାମ ଜଣାଇଛି। ଏଥି ସହିତ ସେୟାର ମାର୍କେଟ ଇତିହାସ ରଚିଛି। ସପ୍ତାହର ପ୍ରଥମ ଦିନ ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ଯୁକ୍ତ ସେନ୍ସେକ୍ସ ୩୨୩.୬୪ ପଏଣ୍ଟ ସହିତ ପ୍ରଥମ ଥର ୭୭,୦୦୦ ସ୍ତର ଅତିକ୍ରମ କରି ୭୭,୦୧୭ରେ ଖୋଲିଥିଲା।
ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟୀ ଇଣ୍ଡେକ୍ସ ମଧ୍ୟ ବଜାର ଖୋଲିବା ମାତ୍ରେ ୧୦୫ ପଏଣ୍ଟ ଡିଆଁ ମାରିଥିଲା। ଗତ ସପ୍ତାହର ଶେଷ କାରବାର ଦିନ ଅର୍ଥାତ ଶୁକ୍ରବାର ବିଏସ୍ଇର ସେନ୍ସେକ୍ସ ଓ ନିଫ୍ଟୀ ଜୋରଦାର ବୃଦ୍ଧି ସହିତ ବନ୍ଦ ହେଶଇଥିଲା। ବିଏସ୍ଇ ଏକ୍ସଚେଞ୍ଜ ୧୬୧୮.୮୫ ପଏଣ୍ଟ ଅର୍ଥାତ ୨.୧୬ ପ୍ରତିଶତ ସହିତ ୭୬,୬୯୩.୪୧ ପଏଣ୍ଟରେ ବନ୍ଦ ହୋଇଥିଲା। ଶେୟାର ବଜାର ଗତ ଶୁକ୍ରବାର ଦିନ ସେନ୍ସେକ୍ସ ୭୭,୦୧୭ ସ୍ତରରେ ଖୋଲିଥିଲା ଏବଂ ୭୭,୦୭୯ ସ୍ତରରେ ପହଞ୍ଚିଥିଲା। ଯାହାକି ବିଏସ୍ଇ ଇଣ୍ଡେକ୍ସର ନୂଆ ରେକର୍ଡ ଥିଲା।