ମୁମ୍ବାଇ: ସପ୍ତାହ ଆରମ୍ଭ ହେବା ପରେ ମଙ୍ଗଳବାର ଘରୋଇ ଷ୍ଟକ ବଜାରରେ ନୂଆ ରେକର୍ଡ ସ୍ତରରେ ଉନ୍ନତି ପରିଲକ୍ଷିତ ହୋଇଛି। ରେକର୍ଡ ଉଚ୍ଚସ୍ତର ଯୋଗୁଁ ବଜାରରେ ଲାଭ ବୁକିଂ ଚାପ ସୃଷ୍ଟି ହୋଇଥିଲା, ଯାହା ଫଳରେ ଉଭୟ ପ୍ରମୁଖ ସୂଚକାଙ୍କ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ସେନ୍ସେକ୍ସ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ସୂଚକାଙ୍କ ଖସିଥିଲା।
ଆଜି ସକାଳ ୯ଟା ୧୫ରେ ସେନ୍ସେକ୍ସ ସାମାନ୍ୟ ହ୍ରାସ ସହ ୮୪,୮୬୦ ପଏଣ୍ଟରେ ଖୋଲିଥିଲା। ନିଫ୍ଟି ୧୮ ପଏଣ୍ଟର ସାମାନ୍ୟ ହ୍ରାସ ସହ ୨୫୯୨୧.୪୫ ପଏଣ୍ଟରେ ଆରମ୍ଭ ହୋଇଥିଲା। କିଛି ସମୟ ପାଇଁ ସେନ୍ସେକ୍ସ ୧୫୦ ପଏଣ୍ଟ ହ୍ରାସ ପାଇଥିଲା। ସକାଳ ୯ଟା ୫୫ରେ ସେନ୍ସେକ୍ସ ପ୍ରାୟ ୯୦ ପଏଣ୍ଟ ବୃଦ୍ଧି ସହ ୮୫,୦୧୭ ପଏଣ୍ଟରେ କାରବାର କରୁଥିଲା। ସେନ୍ସେକ୍ସ ପ୍ରଥମ ଥର ପାଇଁ ୮୫ ହଜାର ଟପିବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ଏନଏସଇ ନିଫ୍ଟି ୫୦ ସୂଚକାଙ୍କ ପ୍ରାୟ ୩୩ ପଏଣ୍ଟ ବୃଦ୍ଧି ପାଇ ୨୫,୯୭୫ ପଏଣ୍ଟ ପାଖାପାଖି ରହିଛି।
ଘରୋଇ ବଜାରରେ କାରବାର ଆରମ୍ଭ ହେବା ପୂର୍ବରୁ ବ୍ୟବସାୟରେ ଚାପ ସୃଷ୍ଟି ହେବାର ସଙ୍କେତ ମିଳିଥିଲା। ପ୍ରି-ଓପନ୍ ଅଧିବେଶନରେ ସେନ୍ସେକ୍ସ ପ୍ରାୟ ୭୦ ପଏଣ୍ଟ ହ୍ରାସ ପାଇ ୮୪,୮୬୦ ପଏଣ୍ଟ ନିକଟରେ କାରବାର କରୁଥିବା ବେଳେ ନିଫ୍ଟି ପ୍ରାୟ ୧୮ ପଏଣ୍ଟ ହ୍ରାସ ପାଇ ୨୫,୯୨୦ ପଏଣ୍ଟ୍ ନିକଟତର ହୋଇଥିଲା। ତେବେ ସକାଳେ ଗିଫ୍ଟ ସିଟିରେ ନିଫ୍ଟି ଫ୍ୟୁଚର୍ସ ପ୍ରାୟ ୭୫ ପଏଣ୍ଟର ଚମତ୍କାର ପ୍ରିମିୟମ ସହ ୨୫,୯୯୦ ପଏଣ୍ଟରେ କାରବାର କରୁଥିଲା।
ଏହା ପୂର୍ବରୁ ଘରୋଇ ଷ୍ଟକ ବଜାର ସୋମବାର ସପ୍ତାହଆରମ୍ଭ କରିଥିବା ବେଳେ ସୋମବାର ସେନ୍ସେକ୍ସ ୩୮୪.୩୦ ପଏଣ୍ଟ (୦.୪୫ ପ୍ରତିଶତ) ବୃଦ୍ଧି ପାଇ ୮୪,୯୨୮.୬୧ ପଏଣ୍ଟରେ ବନ୍ଦ ହୋଇଥିଲା। ପୂର୍ବରୁ ସେନସେକ୍ସ ୮୪,୯୮୦.୫୩ ପଏଣ୍ଟର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସେହିପରି ନିଫ୍ଟି-୫୦ ୨୫,୯୫୬ ପଏଣ୍ଟର ନୂଆ ରେକର୍ଡ ସୃଷ୍ଟି କରିଛି। କାରବାର ପରେ ଏହା ୧୪୮.୧୦ ପଏଣ୍ଟ (୦.୫୭ ପ୍ରତିଶତ) ବୃଦ୍ଧି ପାଇ ୨୫,୯୩୯.୦୫ରେ ବନ୍ଦ ହୋଇଛି।
ଅଧିକ ପଢ଼ନ୍ତୁ: ଧନୀ ତାଲିକାରେ ପରିବର୍ତ୍ତନ