ଗଜପତି ଜିଲ୍ଲା କାସିନଗର ବ୍ଳକ ଅନ୍ତର୍ଗତ ହାଡୁ ଭାଙ୍ଗି ଓ ଖାରଡା ମଧ୍ୟରେ ଟ୍ରେନ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଖାରଡା ଗ୍ରାମର ଗୁନାମା ପାଇକ (୮୦) । ପାରଳାଖେମୁଣ୍ଡି ରେଳଷ୍ଟେସନରୁ କିଛି ଦୂରରେ ବୃଦ୍ଧାଙ୍କୁ ଗୁଣୁପୁର-ପୁରୀ ପାସେଞ୍ଜର ଟ୍ରେନ୍ ଧକ୍କା ଦେଇଥିଲା । ଅନ୍ୟ ଯାତ୍ରୀମାନେ ତାଙ୍କୁ ଟ୍ରେନରେ ପାରଳାଖେମୁଣ୍ଡି ରେଳଷ୍ଟେସନରେ ପହଞ୍ଚାଇ ଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗୁନାମା ପାଇକଙ୍କୁ ଡାକ୍ତର ମୃତ ଘୋଷଣା କରିଛି ।