ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ, ସୁନୀଲ ବଂଶଲ, ସଭାପତି ତଥା ସାଂସଦ ମନମୋହନ ସାମଲ ପ୍ରମୁଖ ବୈଠକରେ ଯୋଗ ଦେଇଛନ୍ତି । ରାଜ୍ୟ ପଦାଧିକାରୀ ଓ ପ୍ରଭାରୀଙ୍କୁ ନେଇ ବୈଠକ ଚାଲିଛି ।
ଏହା ଏକ ନିୟମିତ ବୈଠକ ବୋଲି କହିଛନ୍ତି ସଭାପତି ମନମୋହନ ସାମଲ । ଦିନ ତମାମ ଆଲୋଚନା ପର୍ଯ୍ୟାଲୋଚନା ହେବ ।
ବିଜେପି ଦଳୀୟ ବୈଠକରେ ଦଳର ପରବର୍ତ୍ତୀ ରଣନୀତି ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଥିବାରୁ ଦଳର କାର୍ଯ୍ୟପନ୍ଥା କଣ ରହିବ ଏବଂ ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବାକୁ ରଣନୀତି ପ୍ରସ୍ତୁତ ହୋଇପାରେ ।