ଚାକିରୀଆଙ୍କ ପାଇଁ ଖୁସୀ ଖବର ! ବଜେଟରେ ଇନକମ ଟ୍ୟାକ୍ସ ସ୍ଲାବରେ ହ୍ରାସ କରିପାରନ୍ତି ସରକାର
Khabar Odisha:National-business-modi-government-can-give-big-relief-to-middle-class-taxpayers-may-cut-income-tax-slabs-in-budget-2020
ନୂଆଦିଲ୍ଲୀ,ଡିସେମ୍ଵର ୦୪ (ଖବର ଓଡିଶା) :

ଯଦି ଆପଣ ଚାକିରୀ କରୁଛନ୍ତି ଏବଂ ଆପଣ ଆୟକର ଭରୁଛନ୍ତି ତେବେ ଆପଣଙ୍କୁ ଖୁବଶୀଘ୍ର ମୋଦୀ ସରକାର ତରଫରୁ ରିହାତ ମିଳିପାରେ । ସରକାର ମଧ୍ୟବିତଙ୍କୁ ଟ୍ୟାକ୍ସ ସ୍ଲାବରେ ହ୍ରାସର ଉପହାର ଦେଇପାରନ୍ତି । ଏହାର ଘୋଷଣା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ 1, 2020ରେ ଆଗତ ହେବାକୁ ଥିବା ବଜଟେ କରିପାରନ୍ତି । 

ଲାଇଭ ମିଣ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଫେବ୍ରୁଆରୀରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ କମ ଏବଂ ମଧ୍ୟମ ଆୟର ବେତନଭୋଗୀଙ୍କ ପାଇଁ ରିହାତିର ଘୋଷଣା କରି ସରକାର ବ୍ୟକ୍ତିଗତ ଆୟକର ଦରରେ ପରିବର୍ତ୍ତନ କରିପାରନ୍ତି । 

•  ସରକାର ଫେବ୍ରୁଆରୀ 1ରେ ଆଗତ ହେବାକୁ ଥିବା ବଜେଟରେ 2.5 ଲକ୍ଷରୁ 10 ଲକ୍ଷ ଟଙ୍କା ମଧ୍ୟର ଆୟ ଉପରେ ଟ୍ୟାକ୍ସ ରେଟ 10 ପ୍ରତିଶତ କରିପାରନ୍ତି । 

•  ସେହିପରି 10 ଲକ୍ଷରୁ 20 ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କ ପାଇଁ ଟ୍ୟାକ୍ସ ରେଟକୁ ହ୍ରାସ କରି 20 ପ୍ରତିଶତ କରାଯାଇପାରେ । ଏଥିରେ ଟ୍ୟାକ୍ସରୁ ବାଦ ସୀମା 2.50 ଲକ୍ଷ ଟଙ୍କା ଅପରିବର୍ତ୍ତିତ ରହିପାରେ । 

ଧାରାଯାଉଛି ଯେ ଅୟକରର ରେଟରେ ପରିବର୍ତ୍ତନ ପରେ ବେତନଭୋଗୀ ମଧ୍ୟବିତ ଶ୍ରେଣୀର ଲୋକଙ୍କୁ ରିହାତି ମିଳିପାରେ । ଉଲ୍ଲେଖଯୋଗ୍ୟ ଯେ ସରକାଙ୍କ ଦ୍ୱାରା ଅର୍ଥବ୍ୟବସ୍ଥାକୁ ରାସ୍ତାକୁ ଫେରାଇ ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକର ଲାଭ ଏହି ଶ୍ରେଣୀର ଲୋକଙ୍କୁ ମିଳି ନଥିଲା । ଏହା ପୂର୍ବରୁ ସେପ୍ଟେମ୍ୱର ମାସରେ ସରକାର କର୍ପୋରେଟ ଟ୍ୟାକ୍ସରେ ଭାରି ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସୂତ୍ର ଅନୁସାରେ ନ୍ୟୁ ଡାୟରେକ୍ଟ ଟ୍ୟାକ୍ସ କୋଡକୁ ନେଇ ଗଠିକ ଟାକ୍ସ ଫୋର୍ସର ଅନୁରୋଧ କ୍ରମେ ବ୍ୟକ୍ତିଗତ ଆୟକରରେ ରିହାତିର ଯୋଜନା ଉପରେ କାମ କରାଯାଉଛି । ଟାକ୍ସ ଫୋର୍ସ ଚଳିତ ବର୍ଷ ଅଗଷ୍ଟ ମାସରେ ନିଜର ରିପୋର୍ଟ ଜମା କରିଥିଲା । ଅର୍ଥ ମନ୍ତ୍ରାଳୟ ଏହି ରିପୋର୍ଟ ଉପରେ ବିଚାର କରୁଛି । 

ବର୍ତ୍ତମାନ, ବାର୍ଷିକ 2.5 ଲକ୍ଷ ଟଙ୍କାରୁ 5 ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ 5 ପ୍ରତିଶତ ଟ୍ୟାକ୍ସ ଲାଗୁ ହୋଇଥାଏ । 5-10 ଲକ୍ଷ ଟଙ୍କା ଆୟ ଉପରେ 20 ପ୍ରତିଶତ ଏବଂ 10 ଲକ୍ଷରୁ ଅଧିକ ଆୟ ଉପରେ 30 ପ୍ରତିଶତ ଟ୍ୟାକ୍ସ ଲାଗୁ ହୋଇଥାଏ । ସେହିପରି 1 କୋଟି ଟଙ୍କା,2 କୋଟି ଏବଂ 5 କୋଟି ଟଙ୍କା ଆୟ କରୁଥିବା ଲୋକଙ୍କୁ ସରଚାର୍ଜ ଦେବାକୁ ପଡିଥାଏ । 

Subscribe

National International State Sports Entertainment