ଘରୋଇ କଂପାନିର ୨ ନିର୍ଦ୍ଦେଶକଙ୍କୁ ୨୭ ବର୍ଷ ଜେଲଦଣ୍ଡ, ନିବେଶକଙ୍କୁ ଠକିଥିଲେ ୮୦୭ କୋଟି
Khabar Odisha:Nation-Court-sentenced-two-directors-of-Private-company-to-27-years-imprisonment

ନୂଆଦିଲ୍ଲୀ, ଅଗଷ୍ଟ ୨୭ (ଖବର ଓଡ଼ିଶା): ତାମିଲନାଡୁର କୋଏମ୍ବାଟୁରରେ ନିବେଶକଙ୍କୁ ୮୦୭ କୋଟି ଠକିଥିବା ୨ ଜଣ ନିର୍ଦ୍ଦେଶକଙ୍କୁ ସ୍ଥାନୀୟ ଅଦାଲତରୁ ଶକ୍ତ ଝଟକା ମିଳିଛି । ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ୨୭ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ଉଭୟ ପାଜୀ ମାର୍କେଟିଂ କଂପାନିର ନିର୍ଦ୍ଦେଶ ଥିଲେ । କେବଳ ସେତିକି ନୁହେଁ ଉଭୟଙ୍କୁ ୧୭୧.୭୪ କୋଟି ଟଙ୍କାର ଜରିମାନା ମଧ୍ୟ ନିର୍ଦ୍ଦେଶ ହୋଇଛି । ସିବିଆଇ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । 

କୋର୍ଟ ଏଥି ସହିତ ୩ଟି ଘରୋଇ କଂପାନି- ପାଜୀ ଫୋରେକ୍ସ ଟ୍ରେଡିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ପାଜୀ ଟ୍ରେଡିଂ ଇଙ୍କ ଓ ପାଜୀ ମାର୍ଗେଟିଂ କଂପାନୀଙ୍କୁ ୨୮.୭୪ କୋଟି ଟଙ୍କା ଲେଖାଏ ଜରିମାନା ଆଦେଶ ଦେଇଛନ୍ତି । 

ସିବିଆଇ ଏକ ବୟାନରେ କହିଛି ଯେ, ଅଦାଲତ ଘରୋଇ କଂପାନିର ନିର୍ଦ୍ଦେଶକ କେ ମୋହନରାଜ ଓ କମଲାୱାଲିଙ୍କୁ ୨୭ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ସେହିପରି ଉଭୟଙ୍କୁ ୪୨.୭୪ କୋଟି ଟଙ୍କା ଜରିମାନା ଦଣ୍ଡ ଦେବାକୁ କହିଛନ୍ତି । ସିବିଆଇ ମୁଖପାତ୍ର କହିଛନ୍ତି ଯେ, ଏମାନେ ନିବେଶକଙ୍କ ଠାରୁ ୮୭୦.୧ କୋଟି ଟଙ୍କା ଠକେଇରେ ସଂପୃକ୍ତ ଅଛନ୍ତି । 

 

  • Tags:

Subscribe

National International State Sports Entertainment