ନୂଆଦିଲ୍ଲୀ: ଅକ୍ଷୟ ତୃତୀୟା ଦିନରେ ସୁନା କିଣିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଆଜିକାଲି ସୁନା ଦର ଯେଭଳି ଆକାଶ ଛୁଆଁ ହୋଇଛି, ଚିନ୍ତା କରିବାରକୁ ମଧ୍ୟ ସାହାସ ପାଉନାହିଁ । ବଜାରରେ ୨୪ କ୍ୟାରେଟ୍ର ୧୦ ଗ୍ରାମ ସୁନାର ଦର ୭୧,୫୦୦ ଟଙ୍କାରେ ପହଞ୍ଚିଛି । କିନ୍ତୁ ଆପଣଙ୍କୁ ୧ ଟଙ୍କାରେ ୨୪ କ୍ୟାରେଟ୍ ସୁନା କିଣିପାରିବେ । ଏଥି ପାଇଁ କିଛି ବିକଳ୍ପ ରହିଛି ।
୧ ଟଙ୍କାରେ ସୁନା କିଣିବାକୁ କୌଣସି ଗହଣା ଦୋକାନକୁ ଯବାର ଦରକାର ପଡ଼ିବ ନାହିଁ । କାରଣ ଆପଣ ଘରେ ବସି ଡିଜିଟାଲ ଉପାୟରେ ସୁନା କିଣିପାରିବେ । ଯଦି ଆପଣଙ୍କୁ ଅଧିକ ସୁନା କିଣିବାକୁ ଚାହୁଁଛନ୍ତି, ଏହା ଆପଣଙ୍କର ଉପରେ ନିର୍ଭର କରୁଛି ।
ଭାରତରେ ଏମ୍ଏମ୍ଟିସି-ପିଏଏମ୍ପି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ, ଆଗୁମୋଣ୍ଟ ଗୋଲ୍ଡ ଲିମିଟେଡ ଭଳି କଂପାନୀ ଡିଜିଟାଲ ସୁନା କିଣିବାକୁ ବିକଳ୍ପ ଦେଉଛି । ଏହା ବ୍ୟତୀତ ଗୁଗଲ ପେ ଏବଂ ଫୋନ୍ ପେ’ ଭଳି ପପୁଲାର ଆପ୍ସ ମାଧ୍ୟମରେ ମଧ୍ୟ ଡିଜିଟାଲ ଗୋଲ୍ଡ କିଣାଯାଇପାରିବ । ଏହା ବ୍ୟତୀତ ଆପଣ ଯେତେବେଳେ ଚାହିଁବେ, ବିକ୍ରି କରିପାରିବେ । ଏହା ପରେ ମିଳିଥିବା ରିଟର୍ଣ୍ଣ ଆପଣଙ୍କର ଆକାଉଣ୍ଟରେ ଜମା ହୋଇଯିବ । ଆଜି ୨୪ କ୍ୟାରେଟ୍ର ସୁନା ୧୦ ଗ୍ରାମ ପିଛା ମୂଲ୍ୟ ୭୧,୫୦୦ ଟଙ୍କାରହିଛି । ୨୨ କ୍ୟାରେଟ୍ ସୁନାର ଦର ୬୫୦୦୦ ପ୍ରତି ୧୦ ଗ୍ରାମ ।