ଏସବିଆଇ ଗ୍ରାହକଙ୍କୁ ବଡ଼ ଝଟକା, ସଂଚୟ ଖାତାରେ ଏହି ନିୟମ ହେଲା ଲାଗୁ
Khabar Odisha:Business-banking-Bad-news-for-State-Bank-of-India-customers-will-get-less-interest-on-saving-account

ନୂଆଦିଲ୍ଲୀ, ଏପ୍ରିଲ ୧୬ (ଖବର ଓଡ଼ିଶା): ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଆପଣଙ୍କ ସଂଚୟ ଖାତା ଥିଲେ, ତାହେଲେ, ଆପଣଙ୍କୁ ଜାଣିବାର ଦରକାର ଅଛି । କରୋନା ଭାଇରସ ଯୋଗୁଁ ଦେଶବ୍ୟାପୀ ଲକଡାଉନ ହେବା ପୂର୍ବରୁ ବ୍ୟାଙ୍କ ସଂଚୟ ଖାତାରେ ମିଳୁଥିବା ସୁଧ ହ୍ରାସ କରିଛି । ଏହା ଏପ୍ରିଲ ୧୫ରୁ ଲାଗୁ ହୋଇଯାଇଛି । ଏବେ ଖାତାଧାରକଙ୍କୁ ୦.୨୫ ପ୍ରତିଶତ ସୁଧ କମ ମିଳିବ । କିନ୍ତୁ ବ୍ୟାଙ୍କ ଏଟିଏମ କାର୍ଡଧାରୀଙ୍କୁ ଆଶ୍ୱସ୍ତି ଦେଇଛି । 

ବ୍ୟାଙ୍କ ନିଜର ୱେବସାଇଟରେ ଏହା ଘୋଷଣା କରିଛି । ଖାତାଧାରକଙ୍କୁ ତାଙ୍କର ସଂଚୟ ଖାତାରେ ୨.୭୫ ପ୍ରତିଶତ ସୁଧ ମିଳିବ । ବ୍ୟାଙ୍କ ଏକ ବୟାନରେ କହିଛି ଯେ, ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ନକଦୀ ହେବା କାରଣରୁ ସଂଚୟ ଖାତାରେ ସୁଧ ଦରରେ ୦.୨୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । 

ଏସବିଆଇ ଏମସିଏଲଆରରେ ୦.୩୫ ପ୍ରତିଶତ ହ୍ରାସ କରିଥିବା ଘୋଷଣା କରିଛି । ଏହା ଦ୍ୱାରା ଆପଣଙ୍କ ହୋମ ଲୋନର ଇଏମଆଇ କମ ହୋଇଯିବ । ବ୍ୟାଙ୍କ କହିଛି ଯେ, ଏହା ଦ୍ୱାରା ୩୦ ବର୍ଷର ସମୟ ପାଇଁ ଥିବା ହୋମ ଲୋନ ମାସିକ କିସ୍ତି ପିଛା ଏକ ଲକ୍ଷ ଋଣ ଉପରେ ୨୪ ମାସ କମ ହୋଇଯିବ । 

 

  • Tags:

Subscribe

National International State Sports Entertainment