ଟାଟା ମୋଟର୍ସର ବିରଳ ରେକର୍ଡ; ଦୀପାବଳି ପୂର୍ବରୁ ଏକକାଳୀନ ଲଞ୍ଚ କଲା ୨୧ ପ୍ରକାରର ଯାନବାହନ
Khabar Odisha:Business-Tata-motors-made-record-by-launching-21-commercial-vehicle-in-a-single-day

ନୂଆଦିଲ୍ଲୀ, ଅକ୍ଟୋବର ୨୯ (ଖବର ଓଡ଼ିଶା): ଟାଟା ମୋଟର୍ସ ନିଜର ବ୍ୟବସାୟିକ ଯାନବାହନ ଉତ୍ପାଦନର ସଂପ୍ରସାରଣ କରିଛି। କଂପାନୀ ଗୁରୁବାର ବ୍ୟବସାୟିକ ଯାନବାହନର ପ୍ରତ୍ୟେକ ସିଗମେଣ୍ଟରେ ଗାଡ଼ି ବାହାର କରିଛି ଏବଂ ମୋଟ ୨୧ଟି ଗାଡ଼ିକୁ ଏକକାଳୀନ ଲଞ୍ଚ କରିଛି। ଏହା ହେଉଛି କଂପାନୀର ଏକ ବିରଳ ରେକର୍ଡ। 

ଟାଟା ମୋଟର୍ସ ମିଡିୟମ ଏବଂ ହେଭି କମର୍ସିଆଲ ସିଗମେଣ୍ଟରେ ୭ଟି ନୂଆ ଟ୍ରକ ଲଞ୍ଚ କରିଛି। ଏହି ଟ୍ରକ ଗୁଡ଼ିକର ମାଇଲେଜ ଭଲ ରହିବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି। ଏଥି ସହିତ ମେଣ୍ଟେନେନ୍ସ ମଧ୍ୟ କମିବ। ଏହି ୭ଟି ନୂଆ ଟ୍ରକ ହେଲା Signa 5530 S, Signa 4623 S, Signa 4625 S ESC, Signa 4221 T, Signa 4021 S, Signa 3118 T ଓ Prima 2830 K। 

ସେହିପରି କଂପାନୀ ୫ଟି ନୂଆ ଗାଡ଼ି ଲଞ୍ଚ କରିଛି। ଏଥିରେ ଡିଜେଲ ଓ ସିଏନ୍‌ଜି ବିକଳ୍ପ ଦିଆଯାଇଛି। ଏହି କମର୍ସିଆଲ ଗାଡ଼ିରେ ୪ରୁ ୧୮ ଟନ୍‌ ଓଜନ ଲୋଡ କରାଯାଇପାରିବ। ଏଗୁଡ଼ିକ ହେଲା Ultra T 18 SL, 407G, 709G CNG, LPT 510 ଓ Ultra T6। କଂପାନୀ ପିକ୍‌-ଅପ୍‌ ବର୍ଗରେ ଲୋକପ୍ରିୟ Tata Aceର ସଂପ୍ରସାରଣ କରିଛି। ଏହି ବର୍ଗରେ Winger Xargo, Ace Petrol CX Cab Xhassis, Ace Gold Diesel ଓ Intra V30 Deck  ଲଂଜ କରିଛି। 

ସେହିପରି ଇଲେକ୍ଟ୍ରିକ ବସ Starbus4/12 ରହିଛି। ଏହା ବ୍ୟତୀତ କଂପାନୀ ଆହୁରି ୪ଟି ଟ୍ରଭେଲ ଯାନବାହନ ଲଂଚ କରିଛି। ଏଥିରେ Winger 15S, Starbus 2200, Cityride ଓ Prima Magna Coach ରହିଛି।

 

 

  • Tags:

Subscribe

National International State Sports Entertainment