ଟେଲିକମ ସେବା ହେବ ମହଙ୍ଗା! ସଂକେତ ଦେଲେ ସୁନୀଲ ମିତ୍ତଲ
Khabar Odisha:Business-Tariff-hike-needed-because-telecom-industry-under-tremendous-stress-says-Sunil-Mittal

ନୂଆଦିଲ୍ଲୀ, ଜୁଲାଇ ୦୨ (ଖବର ଓଡ଼ିଶା): ପେଟ୍ରୋଲ-ଡିଜେଲ, ରୋଷେଇ ଗ୍ୟାସ, ଖାଇବା ତେଲ ତଥା ଅନ୍ୟ ଜିନିଷର ଦରବୃଦ୍ଧି ଆକାଶଛୁଆଁ ହୋଇଛି । ଆଗାମୀ ଦିନରେ ଟେଲିକମ ସେବା ମଧ୍ୟ ମହଙ୍ଗା ହେବାକୁ ଯାଉଛି । ଭାରତୀ ଏୟାରଟେଲର ଅଧ୍ୟକ୍ଷ ସୁନୀଲ ମିତ୍ତଲଙ୍କ ଏକ ବୟାନ ଆସିବା ପରେ ଏଭଳି ଆଶା କରାଯାଉଛି । 

ସୁନୀଲ ମିତ୍ତଲ କହିଛନ୍ତି ଯେ, ଟେଲିକମ ସେକ୍ଟର ଏହି ସମୟରେ ଚାପରେ ରହିଛି । ମୋର ଆଶା ଯେ, କେନ୍ଦ୍ର ସରକାର ସୁନିଶ୍ଚିତ କରନ୍ତୁ ଯେ, ଭାରତର ଡିଜିଟାଲ ସ୍ୱପ୍ନ ଜାରି ରହୁ ଏବଂ ଦେଶରେ ଅତି କମରେ ୩ଟି ଟେଲିକମ ଅପରେଟର ଅସ୍ଥିତ୍ୱ ରହୁ । ସୁନୀଲ ଭାରତୀ ମିତ୍ତଲଙ୍କ ବୟାନ ଭୋଡାଫୋନ ଆଇଡିଆର ବହୁତ ଖରାପ ସ୍ଥିତିର ଦିିନକ ପରେ ଆସିଛି । ଯେଉଁଥିରେ କଂପାନୀର ୪ର୍ଥ ତ୍ରୟମାସିକ ୭ହଜାର ୨୩ କୋଟି ଟଙ୍କା କ୍ଷତି ହୋଇଛି । 

ସୁନୀଲ ମିତ୍ତଲ କହିଛନ୍ତି ଯେ, ଟେଲିକମ ଶିଳ୍ପକୁ ଏବେ ନିଜର ଟେରିଫ ବଢ଼ାଇବାର ଛି । ସେ କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ଏୟାରଟେଲ ଟେରିଫ ବଢ଼ାଇବ । ମିତ୍ତଲ କହିଛନ୍ତି ଯେ, ଟେରିଫ ଏକତରଫା ବଢ଼ାଯିବ ନାହିଁ । ଟେଲିକମ ଶିଳ୍ପ ସାମାନ୍ୟ ବିପରୀତ ପରିସ୍ଥିତି ଦେଇ ଗତିକରୁଛି । 

 

  • Tags:

Subscribe

National International State Sports Entertainment