ଏସ୍‌ବିଆଇ ଗ୍ରାହକଙ୍କ ଲାଗି ଭଲ ଖବର, ଘରେ ବସି ପାଇବେ ଏକାଧିକ ସୁବିଧା
Khabar Odisha:Business-State-Bank-of-India-door-step-banking-service-know-which-customers-will-benefit

ନୂଆଦିଲ୍ଲୀ, ଜାନୁଆରୀ ୦୪ (ଖବର ଓଡ଼ିଶା):  ଡିଜିଟାଲ ଇଣ୍ଡିଆ ଯୋଗୁଁ ବ୍ୟାଙ୍କିଙ୍ଗ ସେକ୍ଟରରେ ଅନେକ ସୁବିଧା ଘରେ ଥାଇ କରିହେଉଛି । ଡୋର ଷ୍ଟେପ ବ୍ୟାଙ୍କିଙ୍ଗ ସୁବିଧା ପରେ ନନ ଫାଇନାନସିଆଲ ସର୍ଭିସ ଯଥା ଚେକ, ଡିମାଣ୍ଡ ଡ୍ରାଫ୍ଟ, ପେ ଅଡର ଆଦି କାମ ଘରେ ଥାଇ ହୋଇପାରୁଛି । କିନ୍ତୁ ଏକଥା ବହୁତ କମ ଗ୍ରାହକ ଜାଣିଛନ୍ତି ଯେ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଭଳି ଅନେକ ସୁବିଧା ଯୋଗାଉଛି । ଫଳରେ ଅନେକ କାମ ପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ଆସିବାକୁ ପଡୁନାହିଁ । 

ଏସବିଆଇ ନିଜର ଗ୍ରାହକଙ୍କୁ ବ୍ୟାଙ୍କର କ୍ୟାଶ ପିକ-ଅପ, କ୍ୟାଶ ଡେଲିଭରି, ଚେକ ଦେବା, ଜୀବନ ପ୍ରମାଣପତ୍ର ପିକଅପ, କେୱାଇସି ଡକ୍ୟୁମେଣ୍ଟ ପିକଅପ, ଡ୍ରାଫ୍ଟ ଡେଲିଭରି, ଫର୍ମ-୧୫ ପିକଅଭଳି ସୁବିଧା ଦେଉଛି । ଏସବିଆଇର ନିୟମ ଅନୁସାରେ ୧୦୦୦ ଟଙ୍କା ଓ ଏଥିରୁ ଅଧିକରୁ ଅଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆପଣ ଷ୍ଟେଟ ବ୍ୟାଙ୍କରୁ ମଗାଇପାରିବେ । ଏଥିପାଇଁ ଟଙ୍କା ଉଠାଣ ପାଇଁ ଅନୁରୋଧ ପଠାଇବାକୁ ପଡ଼ିବ । ଏହା ପରେ ବ୍ୟାଙ୍କ କର୍ମଚାରୀ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଂଚ କରିବେ । ଯଦି ଆକାଉଣ୍ଟରେ ଆବଶ୍ୟକ ଟଙ୍କା ନଥିବ ତାହେଲେ ଅପାଣଙ୍କର ଅନୁରୋଧ ବାତିଲ ହୋଇଯିବ । ଯଦି ଟଙ୍କା ମହଜୁଦ ଅଛି ତାହେଲେ ବ୍ୟାଙ୍କ ଆପଣଙ୍କ ଘରକୁ ଟଙ୍କା ନେଇ ପହଂଚିବ । 

ଡୋରଷ୍ଟେଟ ବ୍ୟାଙ୍କିଙ୍ଗ ସୁବିଧା ଦ୍ୱାରା ଗ୍ରାହକ ଚେକ ଜମା କରିବା, ଟଙ୍କା ଉଠାଇବା ଓ ଜମା କରିବା, ଜୀବନ ପ୍ରମାଣ ପତ୍ର ନେବା ଭଳି ଅନେକ ସୁବିଧା ପାଇପାରିବେ । ଏହି ସେମା ୭୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି, ଦିବ୍ୟାଙ୍ଗ ଓ ଦୃଷ୍ଟିଶକ୍ତି କମ ଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଡୋରଷ୍ଟେପ ସର୍ଭିସରେ ବ୍ୟାଙ୍କର ଯେକୌଣସି କର୍ମଚାରୀ ଆପଣଙ୍କ ଘରକୁ ଆସିବେ ଏବଂ ଆପଣଙ୍କ କାଗଜ ନେଇ ବ୍ୟାଙ୍କରେ ଜମା କରିଦେବେ । 

 

 

  • Tags:

Subscribe

National International State Sports Entertainment