ସବୁଠାରୁ ଅଧିକ ବିକ୍ରି ହେଉଥିବା ଗାଡ଼ି ହେଲା ମାରୁତି ସୁଜୁକି ଏର୍ଟିଗା
Khabar Odisha:Business-National-Odisha-maruti-suzuki-ertiga-beats-toyota-innova-crysta-in-may-sales
ନୂଆଦିଲ୍ଲୀ, ଜୁନ ୦୯(ଖବର ଓଡ଼ିଶା):

ମାରୁତି ସୁଜୁକିର ଏର୍ଟିଗାର ଚାହିଦା ବଢିବାରେ ଲାଗିଛି । ଏହି କାର ବଜାରରେ ମହେନ୍ଦ୍ରା ମରାଜୋ ଓ ରୋନୋ ସହ ଟକ୍କର ଲାଗିଛି ।

ବଜାରରେ ବକ୍ରି ଅନୁସାରେ ମାରୁତି ସୁଜୁକିର ଏର୍ଟିଗା ଏହି ଦୁଇ କାର ଠାରୁ ବହଚତ ଆଗରେ ରହିଛି । ଏହା ସହ ମାରୁତି ସୁଜୁକିର ଏର୍ଟିଗା ବିକ୍ରି କ୍ଷେତ୍ରରେ ମଲ୍ଟି ପରପସ ଟୟୋଟା ଇନୋଭା କ୍ରିଷ୍ଟାକୁ ମଧ୍ୟ ପଛରେ ପକାଇ ଦେଇଛି । ମେ ମାସରେ ମାରୁତି ସୁଜୁକିର ଏର୍ଟିଗା ୮୮୬୪ଟି ଗାଡ଼ି ବିକ୍ରି ହୋଇଥିବା ବେଳେ ଟୟୋଟା ଇନୋଭା କ୍ରିଷ୍ଟା ୫,୬୩୧ଟି ଗାଡ଼ି ବିକ୍ରି ହୋଇଛି । ଏହି ସମୟରେ ହିଁ ମହେନ୍ଦ୍ର ମରିଜୋ ୧,୩୮୧ ଓ ରୋନୋ ୪ଟି ବିକ୍ରି ହୋଇଛି । 

ମାରୁତି ସୁଜୁକିର ଏର୍ଟିଗା ୨୦୧୮ ମସିହାରେ ଲଂଚ ହୋଇଥିଲା । ଏଥିରେ ୧.୫ ଲିଟର ପେଟ୍ରୋଲ ଇଂଜିନ ରହିଛି । ଯାହା ୧୦୫ଏଚ ପି ପାୱାର ଓ ୧୩୮ ଏନଏମ ପାୱାର ଟର୍କ ଜେନେରେଟ କରୁଛି । ଅନ୍ୟଟି ୧.୩ ଲିଟରର ଡିଜେଲ ଇଂଜିନ ରହିଛି ଯାହା ୯୦ଏଚପି ପାୱାର ଓ ୨୦୦ ଏମଏମ ଟର୍କ ଜେନେରେଟ କରୁଛି । ଏହି ଦୁଇଟି ଇଂଜିନ ହାଇବ୍ରିଡ଼ ଟେକ୍ନୋଲୋଜିରେ ପ୍ରସ୍ତୁତ ହୋଇଛି । ଏହି ଗାଡ଼ି ଲିଟର ପିଛା ମେନ୍ୟୁଆଲ ଟ୍ରାନ୍ସମିଶନରେ ୧୯.୩୪କିମି ଓ ଅଟୋମେଟିକ ଟ୍ରାନ୍ସମିଶନରେ ୧୮.୬୯କିମି ଆସୁଛି ।

  • Tags:

Subscribe

National International State Sports Entertainment