ନୂଆଦିଲ୍ଲୀ, ଫେବ୍ରୁଆରୀ ୦୪ (ଖବର ଓଡ଼ିଶା): ଆପଣ ଯଦି କୌଣସି ଛୋଟ ବ୍ୟବସାୟ କରନ୍ତି, ତେବେ ଫେସ୍ବୁକ୍ ଭଳି ସାମାଜିକ ଗଣମାଧ୍ୟମର ବ୍ୟବହାର କରି ବଡ଼ କରିପାରିବେ । ଫେସ୍ବୁକ୍ ଆପଣଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ଦେଇପାରେ । ଏହି ଋଣ ଦେଶର ୩୦୦ରୁ ଅଧିକ ସହରରେ ଉପଲବ୍ଧ ହୋଇପାରୁଛି । କିନ୍ତୁ ଏହି ଋଣ ନେବା ପାଇଁ ଫେସ୍ବୁକ୍ର କିଛି ସର୍ତ୍ତକୁ ମାନିବାକୁ ହେବ ।
ଡିଜିଟାଲ ଯୁଗରେ ଅଧିକରୁ ଅଧିକ ଲୋକ ନିଜର ବ୍ୟବସାୟ ବୃଦ୍ଧି କରିବା ପାଇଁ ଫେସବୁକ୍ ପ୍ଲାଟଫର୍ମକୁ ବ୍ୟବହାର କରୁଛନ୍ତି । ଏଥିପାଇଁ ସେମାନେ ଛୋଟ ବ୍ୟବସାୟ ଋଣ ଇନିଶିଏଟିଭ ମଧ୍ୟ ଆରମ୍ଭ କରୁଛନ୍ତି । ଫେସବୁକର ମାଲିକ କମ୍ପାନୀ ମେଟା ଅଥବା ଫେସବୁକ ନିଜେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଦେଇ ନଥାଏ । ବରଂ ଏଥି ପାଇଁ ଇଣ୍ଡିଫି ସହିତ ଭାଗିଦାରୀ ହୋଇଛି । ଫେସ୍ବୁକ୍ ଏହି ଋଣ ପାଇଁ ୨ଟି ସହଜ ସର୍ତ୍ତ ରଖିଛି । ପ୍ରଥମ କଥା ହେଲା ଋଣ ଆବେଦନ କରୁଥିବା ବ୍ୟକ୍ତିଙ୍କ ବିଜନେଓ ତାଙ୍କର ସର୍ଭିସ ନେଟୱାର୍କ ଭାରତୀୟ ସହରରେ ହୋଇଥିବା ଦରକାର । ଦ୍ୱିତୀୟତଃ ଆପଣ ମେଟା ଅଥବା ଫେସ୍ବୁକ ସହିତ ଜଡ଼ିତ ଥିବା ଆପ୍ରେ କାମ କରିବାର ଅଭିଜ୍ଞତା ଅତିକମରେ ୬ ମାସ ହୋଇଥିବା ଆବଶ୍ୟକ, ଯେଉଁଥିରେ କି ଆପଣ ବିଜନେସର ବିଜ୍ଞାପନ କରୁଥିଲେ । ଏହା ବ୍ୟତୀତ କିଛି ସର୍ତ୍ତ ଇଣ୍ଡିଫି ମଧ୍ୟ ରଖିଛି । ଏହି ପ୍ରକ୍ରିୟା ସରଳ । ଋଣ ନେବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ୠବମରଭକ୍ଟକ୍ଟଳ ଝଜ୍ଞବକ୍ଷକ୍ଷ ଈଙ୍କଗ୍ଦସଦ୍ଭରଗ୍ଦଗ୍ଦ ଖକ୍ଟବଦ୍ଭଗ୍ଦ ଓଦ୍ଭସଗ୍ଧସବଗ୍ଧସଙ୍ଖର ର ପେଜ୍ରେ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ ।