ନୂଆଦିଲ୍ଲୀ: ରେଲୱେ କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର । କେନ୍ଦ୍ର ମନ୍ତ୍ରିମଣ୍ଡଳ ନିଜର ଆଗାମୀ ବେଠକରେ ଦୀପାବଳି ବୋନସର ପ୍ରସ୍ତାବକୁ ମଞ୍ଜୁରୀ ଦେଇ ପାରନ୍ତି । ସରକାରୀ ସୂତ୍ର ଅନୁଯାୟୀ, ଦୀପାବଳି ଓ ପାର୍ବଣ ଋତୁକୁ ଦେଖି ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳ ରେଲୱ୍ୱେ କର୍ମଚାରୀଙ୍କ ପାଇଁ ବୋନସକୁ ମଞ୍ଜୁରୀ ଦେଇ ପାରନ୍ତି । ଉଲ୍ଲେଖନୀୟ ଏହି ବୋନସ ମୁଖ୍ୟତଃ ଅଣ ଗ୍ୟାଜେଟ ରେଲୱ୍ୱେ କର୍ମଚାରୀଙ୍କୁ ସେମାନଙ୍କର ଯୋଗଦାନ ଓ ଭାରତୀୟ ରେଲେଓର ଦକ୍ଷତା ଓ ପ୍ରଦର୍ଶନରେ ସୁଧାର ପାଇଁ ଦିଆଯାଏ । ଗତ ବର୍ଷ ପ୍ରାୟ ୧୧ ଲକ୍ଷ କର୍ମଚାରୀଙ୍କୁ ବୋନସ ମିଳିଥିଲା । ଏଥିରେ କେବଳ କର୍ମଚାରୀଙ୍କ ମନୋବଳ ବଢି ନ ଥିଲା ବରଂ ଉତ୍ସବ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ଘଟିଥିଲା ।
ବିଜନେସ ଟୁଡେର ଏକ ରିପୋର୍ଟ ଅନୁଯାୟୀ, ଆଗାମୀ ବୈଠକରେ ବୋନସ ଉପରେ ଘୋଷଣା ସମ୍ଭବ । ବିଶେଷଜ୍ଞଙ୍କ କହିବା କଥା ରେଲୱ୍ୱେ କର୍ମଚାରୀଙ୍କୁ ବୋନସ ଘରୋଇ ଖର୍ଚ୍ଚକୁ ସିଧାସଳଖ ପ୍ରୋତ୍ସାହନ କରିପାରେ । ଏଥର ଦୀପାବଳି ବୋନସ ନିକଟରେ ଲାଗୁ ଜିଏସଟିର ନୂଆ ସଂସ୍କାର ସହିତ ଖୁଚୁରା ଓ ଉପଭୋକ୍ତା ଚାହିଦାକୁ ଆହୁରି ବୃଦ୍ଧି କରିବ । ବଜାର ଆହୁରି ବ୍ୟାପକ ହେବ ।
ରେଲୱ୍ୱେ କର୍ମଚାରୀ ମଧ୍ୟ ଏହି ମାସରେ ସରକାରଙ୍କୁ ଉତ୍ପାଦକ ବୋନସ ବଢାଇବା ଓ ଅଷ୍ଟମ ବେତନ ଆୟୋଗ ସ୍ଥାପନା ପାଇଁ ଗେଜେଟ୍ ନୋଟିଫିକେସନ ଜାରି କରିବାକୁ ଦାବି କରିଛନ୍ତି । ଭାରତୀୟ ରେଲୱ୍ୱେ ଅଧିକାରୀ ମହାସଂଘ କହିଛି ଯେ, ଏ ପର୍ଯ୍ୟନ୍ତ ବୋନସ ଷଷ୍ଠ ବେତନ ଆୟୋଗଙ୍କ ସର୍ବନିମ୍ନ ବେତନ ୭ ହଜାର ଟଙ୍କା ଆଧାରରେ ଦିଆଯାଉଛି । କିନ୍ତୁ ସପ୍ତମ ବେତନ ଆୟୋଗଙ୍କ ଅନୁସାରେ କର୍ମଚାରୀଙ୍କ ସର୍ବନିମ୍ନ ବେତନ ୧୮ ହଜାର ଟଙ୍କା ରହିଛି । ତେଣୁ ସପ୍ତମ ବେତନ ଆୟୋଗ ଆଧାରରେ ବୋନସ ଦେବାକୁ ଦାବି ହୋଇଛି ।
Also read: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଦୁର୍ଗାପୂଜା ପାଇଁ ଆଗୁଆ ଆକାଉଣ୍ଟକୁ ଆସିବ ଦରମା