ଦିଲ୍ଲୀ ; ପିଲାମାନଙ୍କ ଭବିଷ୍ୟତକୁ ନେଇ ସବୁ ମାତା ପିତା ଚିନ୍ତିତ ରହିଥାନ୍ତି । ସେମାନେ କିଭଳି ସବୁ ସୁବିଧା ପାଇବେ ଏବଂ ଆଗକୁ ଯାଇ କେମିକି ହଇରାଣ ହରକତ୍ ନବହେବେ ସେଥିପାଇଁ ବାପା ମା ବା ଅଭିଭାବକ ଟେନସନରେ ରହିଥାନ୍ତି । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପିଲା ଭବିଷ୍ୟତରେ କୌଣସି ଆର୍ଥିକ ସମସ୍ୟାର ସମ୍ମୁଖୀନ ନହେଉ, ତେବେ ଆଜିଠାରୁ ହିଁ ତାର କୋଟିପତି ହେବାର ଯାତ୍ରା ଆରମ୍ଭ କରନ୍ତୁ। ଆପଣଙ୍କ ପିଲାମାନଙ୍କର ଭବିଷ୍ୟତକୁ ଆର୍ଥିକ ଭାବରେ ସୁଦୃଢ଼ କରିବା ପାଇଁ, ପ୍ରତି ମାସରେ ମାତ୍ର ୧୦୦୦ ଟଙ୍କା ନିବେଶ କରିବା ଆରମ୍ଭ କରନ୍ତୁ। ଆପଣ ଆପଣଙ୍କ ପିଲାମାନଙ୍କ ନାମରେ ଜାତୀୟ ପେନସନ ପ୍ରଣାଳୀ (NPS) ବାତ୍ସଲ୍ୟ ଯୋଜନାରେ ଯେତେ ଶୀଘ୍ର ନିବେଶ କରିବେ, ଆପଣଙ୍କ ପିଲାମାନଙ୍କର ଭବିଷ୍ୟତ ସେତେ ଅଧିକ ଆର୍ଥିକ ଭାବରେ ସୁଦୃଢ଼ ହେବ।
ଏହି ଯୋଜନା ଅନୁଯାୟୀ ଯଦି ଆପଣ ପିଲା ଜନ୍ମ ହେବା ଠାରୁ ନିବେଶ ଆରମ୍ଭ କରନ୍ତି । ତେବେ ଆପଣଙ୍କ ପିଲାର କୋଟିପତି ହେବାର ସୁଯୋଗ ବଢିଯିବ । ଆପଣଙ୍କ ଦ୍ୱାରା ଜମା କରାଯାଇଥିବା ଛୋଟ ନିବେଶ ଆଗକୁ ଆପଣଙ୍କ ପିଲାର ଭବିଷ୍ୟତକୁ ଗଢି ତୋଳିବ । ତେବେ ଏହା କେମିତି ସମ୍ଭବ ଆସନ୍ତୁ ଜାଣିବା ।
ଯଦି ଆପଣ ପିଲାର ଜନ୍ମ ହେବାର ତୁରନ୍ତ ଏହି ଯୋଜନାରେ ନିବେଶ କରନ୍ତି ଏବଂ ଏହାକୁ ପିଲାର ୧୮ ବର୍ଷ ହେବା ପର୍ଯ୍ୟନ୍ତ ଚାଲୁ ରଖନ୍ତି ତାହାଲେ ମୋଟ ୧୮ ବର୍ଷ ମଧ୍ୟରେ ଆପଣ ୨,୧୬,୦୦୦ ଟଙ୍କା ନିବେଶ କରିବେ ବୋଲି ଏହି ଯୋଜନାର ହିସାବ କହୁଛି । ଉକ୍ତ ଯୋଜନାରେ ଆପଣଙ୍କୁ ପ୍ରତିବର୍ଷ ୧୦ ପ୍ରତିଶତ ରିଟନ ମିଳିଥାଏ । ଯାହା ଫଳରେ ଆପଣଙ୍କ ଟଙ୍କା ବୃଦ୍ଧି ପାଇ ୬,୦୧,୯୦୯ ହୋଇଯିବ ।ତେବେ ଆପଣ ଭାବୁଥିବେ ଯେ ଆପଣଙ୍କ ପିଲା କେମିତି କୋଟିପତି ହୋଇପାରିବ । ଆମେ ଆପଣଙ୍କୁ କହି ରଖୁଛୁ ଯେ ୧୮ ବର୍ଷ ପରେ ଆରଣଙ୍କ ମ୍ୟାଚୁରୁଟି ପୂରଣ ହେବା ପରେ ଆପଣଙ୍କୁ ଏଥିରେ ଏକ ବିକଳ୍ପ ପ୍ରଦାନ କରାଯିବ । ଯେଉଁଥିରେ ୨.୫ ଲକ୍ଷ ଟଙ୍କା ଉଠାଣ କରି ବାକି ପଇସା ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିପାରିବେ । ଏହା ପରେ ଯଦି ଆପଣ ୬୦ ବର୍ଷ ପର୍ଯ୍ୟନ୍ତ ପେନସନ ସ୍କିମରେ ନିବେଶ କରିବେ ତାହାଲେ ଆପଣ ପ୍ରାୟ ୪କୋଟି ଟଙ୍କା ଜମା କରିପାରିବେ ।
ଏହି ଯୋଜନରେ କଣ ମିଳିବ ଲାଭ;
ଆପଣଙ୍କ ପିଲାମାନଙ୍କ ପାଇଁ ଏକ ଅବସର ପାଣ୍ଠି ସୃଷ୍ଟି ହେବ ଯାହା ଦ୍ଵାରା ଦୀର୍ଘକାଳୀନ ଲାଭ ମିଳିପାରିବ।
ଏହି ଯୋଜନା ଚକ୍ରବୃଦ୍ଧି ସୁଧର ଲାଭ ପ୍ରଦାନ କରେ, ଯାହା ପ୍ରାରମ୍ଭିକ ନିବେଶରେ ଅଧିକ ଲାଭ ଦେବ।
ବଜାର-ସଂଯୁକ୍ତ ରିଟର୍ଣ୍ଣ ୧୦-୧୨% ପର୍ଯ୍ୟନ୍ତ ସମ୍ଭାବ୍ୟ ଲାଭ ମିଳିଥାଏ ।