ଆଜି ପୀଠରେ ପାଳିତ ହେଉଛି ବିଜୟା ଦଶମୀ ଏବଂ ଆସନ୍ତାକାଲି ମଣ୍ଡପରେ ପାଳିତ ବିଜୟା ଦଶମୀ । ଏହି ଦିନରେ ରାବଣ ଦହନ କରାଯିବ । ଏହି ପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ବିଜୟଲାଭ କରିଥିବାରୁ ସେଥିପାଇଁ ଏହାର ନାମ ବିଜୟା ଦଶମୀ ରଖାଯାଇଛି । ତେବେ ଦେଶରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ରାବଣ ପୋଡ଼ିରେ ଦୁଃଖ ପ୍ରକାଶ କରାଯାଏ । ଏଠାରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇ ନ ଥାଏ ବରଂ ଏଠାରେ ଏହି ଦିନରେ ରାବଣଙ୍କର ଆଳତୀ କରି ଆରାଧନା କରାଯାଏ । ଆଉ ଏହି ସ୍ଥାନ ଉତ୍ତର ପ୍ରଦେଶରେ ରହିଛି । ଯେଉଁ ଗ୍ରାମର ନାମ ହେଉଛି ବିଶ୍ରାଖ ।
ଦିଲ୍ଲୀଠାରୁ ମାତ୍ର 40 କିଲୋମିଟର ଦୂରରେ ଅବସ୍ଥିତ ଉତ୍ତରପ୍ରଦେଶର ବିସ୍ରାଖ ଗ୍ରାମ । ଏହି ଗାଁକୁ ରାବଣର ଜନ୍ମସ୍ଥାନ ବୋଲି ବିବେଚନା କରାଯାଏ ଏବଂ ଗ୍ରାମବାସୀମାନେ ତାଙ୍କ ବଂଶଧର ଭାବରେ ନିଜକୁ ପରିଚୟ ଦିଅନ୍ତି । ଯେଉଁଠି ସାରା ଦେଶ ରାବଣ, କୁମ୍ଭକର୍ଣ୍ଣ ଏବଂ ତାଙ୍କ ପୁଅ ମେଘନାଦଙ୍କର ଦହନ କରିଥାନ୍ତି, ସେଇଠି ଏହି ଗ୍ରାମରେ ରାବଣଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରନ୍ତି । ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ପ୍ରାର୍ଥନା କରନ୍ତି ।
ବିଶ୍ରାଖର ବାସିନ୍ଦା ବିଶ୍ୱାସ କରିନ୍ତି ରାବଣ ହେଉଛନ୍ତି ଜ୍ଞାନର ଭଣ୍ଡାର ମହାଜ୍ଞାନୀ ଏବଂ ସେ ପ୍ରଭୁ ଶିବଙ୍କର ଜଣେ ବିଶିଷ୍ଟ ଭକ୍ତ । ସେଥିପାଇଁ ତାଙ୍କ ବଂଶଧର ଭାବରେ ଏମାନେ ଦଶହରା ପାଳନ କରନ୍ତି ନାହିଁ । ରାବଣଙ୍କୁ ଯେତିକି ସମ୍ମାନ କରନ୍ତି ସେମାନେ ପ୍ରଭୁ ଶ୍ରୀରାମଙ୍କୁ ମଧ୍ୟ ସେତିକି ଭକ୍ତି କରନ୍ତି । କିନ୍ତୁ କାହିଁ କେଉଁ ଯୁଗରୁ ବିଶ୍ୱାସ ରହିଛି କିଛି ଅଘଟଣ ଘଟିବା ଭୟରେ ଗ୍ରାମବାସୀ ରାମଲୀଲା ଉତ୍ସବ ପାଳନ କରନ୍ତି ନାହିଁ । ଦଶହରା ସମୟରେ ସେମାନେ ଗାଁରେ ଥିବା ରାବଣ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯାଇଥାଏ । ଏହି ମନ୍ଦିରରେ ସେହି ଶିବ ଲିଙ୍ଗ ରହିଛି ଯାହାକୁ ଏକଦା ରାବଣ ଏବଂ ତାଙ୍କ ପିତା ବିଶ୍ରାବା ଋଷି ପୂଜା କରୁଥିଲେ ବୋଲି ବିଶ୍ୱାସ ରହିଛି ।
କାହିଁକି ଗାଁର ନାମ ବିଶ୍ରାଖ ରଖାଯାଇଛି ?
କୁହାଯାଏ ବିଶ୍ରାବା ଋଷିଙ୍କ ନାମରୁ ଗାଁର ନାମ ବିଶ୍ରାଖ ରଖାଯାଇଛି । ଶାସ୍ତ୍ର ଅନୁସାରେ ରାବଣ ହେଉଛି ଲଙ୍କାର ରାଜା ଏବଂ ସେ ବହୁତ ଶକ୍ତିଶାଳୀ ଥିଲେ । ତେବେ କୁହାଯାଏ ଭାରତ ବର୍ଷରେ ବିଭିନ୍ନ ଜାତିର ପ୍ରତୀକ ହେଉଛନ୍ତି ରାବଣ । ଆଉ ତାଙ୍କର ବଂଶଧରମାନେ ଏବେବି ଦେଶରେ ଅଛନ୍ତି ।
କେଉଁଠି ଅଛି ରାବଣ ମନ୍ଦିର ?
ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାରେ କାନପୁରରେ ରାବଣ ମନ୍ଦିର ରହିଛି । ସେହିପରି କର୍ଣ୍ଣାଟକର ମନ୍ଦ୍ୟା ଜିଲ୍ଲାରେ ମଧ୍ୟ ରାବଣଙ୍କୁ ପୂଜା କରାଯାଇଥାଏ । ସେଠାରେ ମଧ୍ୟ ରାବଣଙ୍କର ମନ୍ଦିର ରହିଛି ।