ହ୍ରଦରେ ବସୁଛି ଭାସମାନ ହାଟ... ଏପରି କିଛି ଦୃଶ୍ୟ ରହିଛି କାଶ୍ମୀରର ଏହି ହ୍ରଦରେ
Khabar Odisha:national-odisha-kashmir-latest-photos-of-dal-lake-latest-visuals-of-jammu-kashmir
ଜାମ୍ମୁ କାଶ୍ମୀର, ଅଗଷ୍ଟ ୨୮ (ଖବର ଓଡିଶା) :

 କାଶ୍ମୀର ନିଜର ସୁନ୍ଦରତା ପାଇଁ ଦୁନିଆରେ ବେଶ୍ ଚର୍ଚ୍ଚିତ । ଏହା ଏପରି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥଳୀ ଯେ ଆପଣ ବୁଲିବାକୁ ଗଲେ ନଜର ହଟିବ ନାହିଁ । ଏଭଳି କିଛି ଦେଖିବାକୁ ସୁନ୍ଦର ଡଲ ହ୍ରଦ । ଏହି ହ୍ରଦରେ ଲାଗିଥିବା ବଜାର ଦୁନିଆର ଲୋକଙ୍କୁ ନ୍ଖକ୍ସ ଆଡକୁ ଆକର୍ଷିତ କରି । ଏହି ହ୍ରଦ ମଧ୍ୟରେ ଏକ ଭାସମାନ ପରିବା ବଜାର ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ପରିବା ବଜାରରୁ ପରିବା କିଣିବା ପାଇଁ ଲୋକମାନେ ନୌକାରେ ବସି ଆସନ୍ତି । 

ଡଲ ହ୍ରଦର ଏହି ପରିବା ବଜାର ସକାଳୁ ସକାଳୁ ଖୋଲାଯାଏ । ପାଖି ପାଖି ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ହାଟ ବସେ । ତେବେ ଘାଟିରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ସେଠାକାର ସ୍ଥିତି ସାମାନ୍ୟ ହୋଇଥିବା ଦେଖା ଯାଇଛି । ସେହି ସମୟରେ ସରକାର ଦାବୀ କରିଛନ୍ତି କି, ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଓ ସରକାରୀ କାର୍ଯୟାଳୟ ଗୁଡିକରେ କର୍ମଚାରୀଙ୍କ ଉପସ୍ଥିତି ସ୍ୱାଭାବିକ ହୋଇଛି । ତେଣୁ କୌଣସୀ ପ୍ରକାର ଦଷ୍ପ୍ରଚାର ଉପରେ ଧ୍ୟାନ ନଦେବାକୁ ସରକାର ଅପିଲ କରିଛନ୍ତି । ସେହି ସମୟରେ କାଶ୍ମୀରରେ ଏକ ମାସ ଧରି ପ୍ରତିବନ୍ଧକ ଲାଗିଥିବା କାରଣରୁ ବ୍ୟାପାର ଓ ଉଦ୍ୟୋଗ ପ୍ରଭାବିତ ହୋଇଥିବା ଦେଖାଯାଇଛି । 

ଟ୍ରେଡର୍ସ ଫେଡେରେସନ ବେୟର ହାଉସ ନେହେରୁ ମାର୍କେଟର ମହାସଚ୍ଚିବ ଦୀପକ ଗୁପ୍ତା କହିଛନ୍ତି କି, ଜାମ୍ମୁ କାଶ୍ମୀରର ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପୂର୍ଣ୍ଣ ଭାବରେ ଠିକ୍ । କିନ୍ତୁ ପ୍ରତିବନ୍ଧକ ଲାଗିଥିବା କାରଣରୁ ଜାମ୍ମୁର ବ୍ୟାପାର ଉପରେ ଏହାର ଅଳ୍ପ ପ୍ରଭାବ ପଡିଛି । 

Subscribe

National International State Sports Entertainment