ପାହାଡ଼ ଉପରେ ରୋମାଣ୍ଟକ୍ ଅନ୍ଦାଜ୍ ରେ ପ୍ରପୋଜ୍ କରୁଥିଲେ ପ୍ରେମିକ : ୬୫୦ ଫୁଟ୍ ତଳକୁ ଖସି ପଡିଲେ ପ୍ରେମିକା
Khabar Odisha:Romantic-Proposal-goes-Wrong

ଅଷ୍ଟ୍ରିଆ, ଜାନୁଆରୀ ୩ (ଖବର ଓଡ଼ିଶା) : ମଣିଷ ଜୀବନରେ ଏମିତି ବି ସମୟ ଆସେ ଯାହା ସେମାନଙ୍କ କଳ୍ପନା ବାହାରେ ହୋଇଥାଏ । କିଛି ସମୟ ପୂର୍ବରୁ ପାହାଡ଼ ଉପରେ ରୋମାଣ୍ଟିକ୍ ଅନ୍ଦାଜ୍ ରେ ପ୍ରପୋଜ କରୁଥିଲେ ପ୍ରେମିକ କିନ୍ତୁ ହଠାତ୍ ୬୫୦ ଫୁଟ୍ ତଳକୁ ଖସି ପଡିଲେ ପ୍ରେମିକା । ଯାହା ଏବେ ପୁରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଅଷ୍ଟ୍ରିଆରେ । ଗତ ୨୭ ତାରିଖରେ ଅଷ୍ଟିଆର ଫଲକର୍ଟ ପର୍ବତମାଳାରେ ଉଚ୍ଚ ପାହାଡ଼ ଉପରେ ପୁରା ରୋମାଣ୍ଟିକ୍ ଭିୟୁରେ ଅଷ୍ଟ୍ରିଆର ଜଣେ ୨୭ ବର୍ଷିୟ ଯୁବକ ବିବାହ ପାଇଁ ନିଜ ୩୨ ବର୍ଷିୟ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ । ଏହି ପ୍ରସ୍ତାବରେ ଯୁବତୀ ଜଣକ ରାଜି ମଧ୍ୟ ହୋଇଥିଲେ । ସବୁକିଛି ସ୍ୱପ୍ନ ଭଳି ଲାଗୁଥିଲା ସେମାନଙ୍କୁ ମାତ୍ର ହଠାତ୍ ଓଲଟି ଯାଇଥିଲା ସେମାନଙ୍କ ଦୁନିଆ । ଯୁବତୀ ଜଣଙ୍କ ଭାରସାମ୍ୟ ହରାଇ ସେହି ତିଖ୍ନ ପାହାଡ ଉପରୁ ୬୫୦ ଫୁଟ୍ ତଳକୁ ଖସି ପଡିଥିଲେ ଯାହା ଦେଖି ଯୁବକ ଜଣକ ପୁରା ସ୍ତବ୍ଧ ହୋଇ ଯାଇଥିଲେ ପରେ କିଛି ଉପାୟ ନପାଇ ନିଜ ପ୍ରେମିକାର ଜୀବନ ବଞ୍ଚାଇବାକୁ ଯାଇ ସେ ନିଜେ ମଧ୍ୟ ପାହାଡ଼ ଉପରୁ ତଳକୁ ଡିଆଁ ମାରିଥିଲେ କିନ୍ତୁ ମାତ୍ର ୫୦-୬୦ ତଳରେ କୌଣସି ଏକ ଜାଗାରେ ସେ ପଡିଯାଇଥିଲେ ।

ଅନ୍ୟପଟେ ସୌଭାଗ୍ୟ ବଶତଃ ଯୁବତୀ ଜଣଙ୍କ ୬୫୦ ଫୁଟ୍ ଉଚ୍ଚରୁ ତଳେ ପଡିବା ପରେ ବି ସେ ବଞ୍ଚିଯାଇଛନ୍ତି । ଯାହା ଏହି ଘଟଣାକୁ ଆହୁରି ରୋଚକ କରୁଛି । ଏହାପରେ ଉଭୟଙ୍କୁ ଗରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ବର୍ତମାନ ପୁରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି ।

  • Tags:

Subscribe

National International State Sports Entertainment