ହରିଣ ଛୁଆକୁ ସ୍ତନପାନ କରାଉଥିବା ମହିଳାଙ୍କ ଫଟୋ ଭାଇରାଲ୍, ଦେଖିବା ପରେ ଆପଣ ହୋଇଯିବେ ଭାବୁକ
Khabar Odisha:Ajab-khabar-culture-Odisha-bishnoi-woman-breastfeeds-baby-deer-in-jodhpur-this-heartwarming-picture-goes-viral
ଜୟପୁର, ଜୁଲାଇ ୧୯(ଖବର ଓଡିଶା):

ସୋସିଆଲ ମିଡିଆରେ ଏବେ ଏକ ସୁନ୍ଦର ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଜଣେ ମହିଳା ଗୋଟିଏ ହରିଣ ଛୁଆକୁ ସ୍ତନପାନ କରାଉଛି । ଦୁନିଆରେ ଘଟୁଥିବା ଅପରାଧିକ ଘଟଣା ମଧ୍ୟରେ ଭାଇରାଲ ହେଉଥିବା ଏହି ଫଟୋ ସମସ୍ତଙ୍କ ହୃଦୟକୁ ମୋହିତ କରିଦେଇଛି । 

ସବୁ ଦିଗରେ ଏହି ଫଟୋକୁ ନେଇ ଏବେ ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ଏହି ଫଟୋରେ ଲୋକଙ୍କ ପ୍ରତିକ୍ରିୟାଗୁଡିକ ମଧ୍ୟ ଭାବୁକ କରିଦେବା ପାଇଁ ଯଥେଷ୍ଟ । ତେବେ ଅନୁଧ୍ୟାନ ପରେ ଏହି ଫଟୋ କିଛି ବର୍ଷ ପୂର୍ବର ବୋଲି ଜଣାପଡିଛି, କିନ୍ତୁ ମା’ର ସ୍ନେହ ଓ ମମତା ନିକ୍ଷୁଣ ଭାବେ ତାର ନିଶ୍ୱାର୍ଥପର ଭଲପାଇବାକୁ ଆଜି ବି ଉପସ୍ଥାପନା କରୁଛି । 

ଏହି ଫଟୋକୁ ଭାରତୀୟ ବନ ବିଭାଗର ଅଧିକାରୀ ପ୍ରବୀଣ କାସୱାନ ଟ୍ୱିଟ କରିଥିଲେ । ସେ ଜୁଲାଇ ୧୭ ତାରିଖରେ ଫଟୋକୁ ସେୟାର କରିବା ସହିତ ଲେଖିଥିଲେ, ଜୋଦ୍ଧପୁରରେ କିଛି ଏଭଳି ବିଶ୍ନୋଇ ସମୁଦାୟ ପଶୁମାନଙ୍କର ଦେଖାଚାହାଁ କରନ୍ତି । ଏହି ନିରୀହ ପଶୁ ସେମାନଙ୍କ ପାଇଁ ନିଜ ପିଲାଙ୍କ ଠାରୁ କମ୍ ନୁହଁନ୍ତି । ତାଙ୍କ ମଧ୍ୟରୁ ଜଣକୁ ମହିଳା ଜଣକ ସ୍ତନପାନ କରାଉଛନ୍ତି । ଏମାନେ ହେଉଛନ୍ତି ସେହି ଲୋକ, ଯେଉଁମାନେ ଗଛ ବଞ୍ଚାଇବା ପାଇଁ ନିଜର ଜୀବନ ପର୍ଯ୍ୟନ୍ତ ଦେଇଛନ୍ତି । 

Subscribe

National International State Sports Entertainment