ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିଲେ ଏହି ମହିଳା, ଲାଗିଲା ଜୋରିମାନା
Khabar Odisha:Ajab-Khabar-Odisha-Mumbai-woman-charged-more-than-3-lakh-rupees-by-society-for-feeding-stray-dogs
ଭୁବନେଶ୍ୱର, ଏପ୍ରିଲ ୧୬(ଖବର ଓଡିଶା):

କଥାରେ ଅଛି ପଶୁପକ୍ଷୀଙ୍କୁ ଖାଦ୍ୟ ଦେଲେ ପୂଣ୍ୟ ମିଳେ । ଏହି କାର୍ଯ୍ୟ ବହୁତ ଲୋକ କରନ୍ତି । କିନ୍ତୁ ଏପରି ଏକ ରାସ୍ତାକଡ଼ର କୁକୁରକୁ ଖାଦ୍ୟ ଖୁଆଇବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି । ଆସ୍ତୁ ଏପରି ଏକ ବିଚିତ୍ର ଘଟଣା ସମ୍ପର୍କରେ ଜାଣିବା ..

ମୁମ୍ବାଇର କାନ୍ଦିବଳୀର ହେଭେନ କୋଅପେରେଟିଭ ସୋସାଇଟିରେ ରହୁଥିବା ଜଣେ ମହିଳା କୁକୁରକୁ ଖାଇବାକୁ ଦେବାରୁ ତାଙ୍କୁ ୨୫୦୦ଟଙ୍କା  ଜୋରିମାନା ଲାଗିଛି । ମହିଳାଜଣକ  ରାସ୍ତାକଡ଼ରେ ବୁଲୁଥିବା ଏକ କୁକୁରକୁ ସୋସାଇଟି ପରିସର ମଧ୍ୟରେ ଖାଦ୍ୟ ଖାଇବାକୁ ଦେଉଥିବାରୁ ସୋସାଇଟି ମିଟିଙ୍ଗରେ ତାଙ୍କୁ ୨୫୦୦ଟଙ୍କା ଜୋରିମାନା ଭରିବାକୁ କହିଥିଲେ । 

ସୋସାଇଟି ପରିସରରେ ବୁଲାକୁକୁରଙ୍କ ନିୟନ୍ତ୍ରଣ ପାଇଁ ନେହା ଦତୱାନୀଙ୍କ ଉପରେ ଏପରି ନିଷ୍ପତି ନିଆଯାଇଥିଲା । ନେହାଙ୍କ କହିବାନୁଯାୟୀ କୁକୁରକୁ ଖାଇବାକୁ ଦେବା କଥାରେ ସୋସାଇଟି ଉପରେ ତାଙ୍କର ୩.୬୦ଲକ୍ଷ ଟଙ୍କା ବାକି ରହିଛି । ଏହା ଛଡ଼ା ୨୧ ପ୍ରତିଶତ ସୁଧ ଲଗାଯାଇଛି । ଫେବୃଆରୀ ମାସର ମେଣ୍ଟେନାନ୍ସ ସହ ଏହି ଟଙ୍କା ଜଡ଼ିତ କରାଯାଇଛି । ସେ ମେଣ୍ଟେନାନ୍ସ ଭରି ଥିଲେ କିନ୍ତୁ ଏହି ଜୋରିମାନା ଦେବାକୁ ମନା କରିଦେଇଥିଲେ ।

Subscribe

National International State Sports Entertainment