ଚାନ୍ଦକୁ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ଏହି ଦେଶର ଲୋକମାନେ, ଜାଣନ୍ତୁ
Khabar Odisha:never-seen-moon-in-these-countries-of-the-world
ଡିସେମ୍ବର ୧୬ (ଖବର ଓଡିଶା) :

ସ୍ୱିଡେନ, ସ୍ୱିଡେନ ଏଭଳି ଏକ ଦେଶ ଯେଉଁଠାରେ ୧୦୦ ଦିନ ପର୍ଯ୍ୟନ୍ତ ଆକାଶରୁ ସୂର୍ଯ୍ୟ ଅସ୍ତ ହୋଇ ନଥାନ୍ତି । ମଇ ଠାରୁ ଅଗଷ୍ଟ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତମିତ ହୋଇ ନଥାନ୍ତି । ସେଠାକାର ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ବହୁ ଥର ମଧ୍ୟରାତ୍ରୀରେ ସୂର୍ଯ୍ୟ ଅସ୍ତ ହୁଅନ୍ତି କିନ୍ତୁ ସକାଳ ୪ଟାରେ ଉଦୟ ହୋଇ ଯାଅନ୍ତି । 

ଆଇସଲ୍ୟାଣ୍ଡ: ଏହା ୟୁରୋପର ଏକ ଦ୍ୱୀପ । ଏଠାରେ ମଧ୍ୟରାତ୍ରୀରେ ସୂର୍ଯ୍ୟଙ୍କ କିରଣ ଦେଖିବା ବହୁତ ରୋମାଂଚକର । ଏଠାରେ ମଇରୁ ଜୁଲାଇ ପର୍ଯ୍ୟନ୍ତ ମାତ୍ର ଗୋଟିଏ ଥର ସୂର୍ଯ୍ୟ ଅସ୍ତ ହୋଇଥାଏ । 

କାନାଡା: କାନାଡାକୁ ବିଶ୍ୱର ସବୁଠାରୁ ଦ୍ୱିତୀୟ ବଡ ରାଷ୍ଟ୍ର ବୋଲି କୁହା ଯାଏ । ଏଠାରେ ଲମ୍ବା ସମୟ ପର୍ଯ୍ୟନ୍ତ ତୁଷାରପାତ ହୋଇଥାଏ । କିଛି କିଛି ସ୍ଥାନରେ ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଏଠାରେ ଦିନ ରାତି ସୂର୍ଯ୍ୟଙ୍କ ରଶ୍ମୀ ନଜର ଆସିଥାଏ । 

ଫିନଲ୍ୟାଣ୍ଡ: ଫିନଲ୍ୟାଣ୍ଡ ଦେଶର ସବୁଠାରୁ ଆକର୍ଷକ ସ୍ଥାନ । ଏହାର ଚତୁଃପାଶ୍ୱର୍ ବରଫରେ ଆବୃତ । ଏଠାରେ ୭୩ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୋଇ ନଥାନ୍ତି । 

ଆଲାସ୍କା: ଆଲାସ୍କା ଗ୍ଲେସିୟର ପାଇଁ ବେଶ୍ ପ୍ରସିଦ୍ଧ । ଏଠାରେ ମଇରୁ ଜୁଲାଇ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । 

Subscribe

National International State Sports Entertainment