ପ୍ରତିବର୍ଷ କୋଣାର୍କ ମେରାଇନ ଡ୍ରାଇଭଠାରେ ଆୟୋଜିତ ହୋଇ ଆସୁଥିବା 'ଇକୋ ରିଟ୍ରିଟ୍' ଚଳିତ ବର୍ଷ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଚଳିତ ବର୍ଷର ଇକୋ ରିଟ୍ରିଟକୁ ଅଧିକ ଆକର୍ଷଣୀୟ ଓ ମନୋଜ୍ଞ ଭାବେ ଆୟୋଜନ କରିବାକୁ ଜିଲ୍ଲାପାଳ ଏଥିଲାଗି ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବିଭାଗ ସମନ୍ଵୟ ରଖି କାମ କରିବାକୁ ଜିଲ୍ଲାପାଳ ପରାମର୍ଶ କହିଥିଲେ। ପର୍ଯ୍ୟଟନ ବିଭାଗ ଜିଲ୍ଲା ପ୍ରଶାସନ ଓ ଇ-ଫାକ୍ଟର ଏଜେନ୍ସିର ମିଳିତ ସହଯୋଗରେ ଇକୋ ରିଟ୍ରିଟ୍ ଚଳିତ ବର୍ଷ ଡିସେମ୍ବର ୧୫ରୁ ୨୦୨୪ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ଏଥିରେ ବିଳାସପୂର୍ଣ୍ଣ ତମ୍ବୁଘର ବ୍ୟବସ୍ଥା କରାଯିବ, ଯେଉଁଥିରେ ତାରକା ହୋଟେଲ ଭଳି ସୁବିଧା ଯୋଗାଇ ଦିଆଯିବ। ଇକୋ ରିଟ୍ରିଟ୍ ସମୟରେ ଜଳକ୍ରୀଡ଼ା,ବିଚ୍ ସ୍ପୋର୍ଟସ , ଇନ୍ଡୋର୍ ଗେମ୍ ଆଦିର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି।
ଅଧିକ ପଢ଼ନ୍ତୁ : ପୁରୀରୁ ୪୪୨ ଗ୍ରାମର ହାତୀ ଦାନ୍ତ ଜବତ