ଚଳିତ ବର୍ଷ ୨୨ ଏପ୍ରିଲରୁ ଆରମ୍ଭ ହେଉଛି କେଦାରନାଥ ବାବାଙ୍କ ଦର୍ଶନ । କେଦାରନାଥ ଯାଇ ମହାଦେବଙ୍କୁ ଦର୍ଶନ କରିବା ସହ କେଦାରନାଥର ସୌନ୍ଦର୍ଯ୍ୟ ଉପଭୋଗ କରିବା ଅନେକ ଶ୍ରଦ୍ଧାଳୁ ପ୍ରତିବର୍ଷ ଓଡିଶାରୁ ନିଜ ଯାତ୍ରା ଆରମ୍ଭ କରନ୍ତି । ପ୍ରତିବର୍ଷ କେଦାରନାଥ ବାବାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ନୂଆ ଶ୍ରଦ୍ଧାଳୁ ଆସିଥାନ୍ତି । ପ୍ରଥମ ଥର ପାଇଁ କେଦାରନାଥ ଯାଉଥିଲେ କେଦାରନାଥ ବାବାଙ୍କ ବ୍ୟତୀତ ଅନ୍ୟ କେଉଁଠି ବୁଲିବାକୁ ଯିବେ ଆସନ୍ତୁ ଜାଣିବା ।
ବଦ୍ରୀନାଥ :- ଉତ୍ତରାଖଣ୍ଡରେ ବଦ୍ରୀନାଥ ଧାମ ରହିଛି ଯାହା ଭାରତର ଚାରି ଧାମରୁ ଗୋଟିଏ ଧାମ। ତେଣୁ ଆପଣ ଯଦି କେଦାରନାଥ ଯାଉଛନ୍ତି ତେବେ ଆପଣ ବଦ୍ରୀନାଥ ମଧ୍ୟ ଯାଇପାରିବେ । ବଦ୍ରୀନାଥ ହେଉଛି କେଦାରନାଥ ଠାରୁ ୨୧୧ ରୁ ୨୫୦ କିମି ଦୂର । ବସ, ବାଇକ କିମ୍ବା କାର ଯୋଗେ ଗଲେ ୮ ରୁ ୧୦ ଘଣ୍ଟାର ସମୟ ଲାଗିବ ।
ଗଙ୍ଗୋତ୍ରୀ ଓ ଯମୁନତ୍ରୀ :- ଭାରତରେ ଯେଉଁଭଳି ୪ ଧାମ ରହିଛି ସେହିଭଳି ଉତ୍ତରାଖଣ୍ଡରେ ମଧ୍ୟ ୪ ଧାମ ରହିଛି, ଯାହା ହେଉଛି କେଦାରନାଥ, ବଦ୍ରୀନାଥ, ଗଙ୍ଗୋତ୍ରୀ ଓ ଯମୁନତ୍ରୀ । ଗଙ୍ଗୋତ୍ରୀରେ ଗଙ୍ଗୋତ୍ରୀ ମନ୍ଦିର ରହିଛି ଯାହା କେଦାରନାଥ ଠାରୁ ୩୧୦ ରୁ ୩୫୦ କିମି ଦୂର । ସେହିଭଳି ଯମୁନତ୍ରୀରେ ମଧ୍ୟ ଯମୁନତ୍ରୀ ମନ୍ଦିର ରହିଛି ଯାହା କେଦାରନାଥ ଠାରୁ ୨୬୦ ରୁ ୩୮୭ କିମି ଦୂର ।
ଧାରୀ ଦେବୀ :- ଶ୍ରୀନଗରରୁ ରୁଦ୍ରପ୍ରୟାଗ ଦେଇ କେଦାରନାଥ ଯିବା ରାସ୍ତାରେ ଆପଣ ଧାରୀ ଦେବୀଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ଅଳକନନ୍ଦା ନଦୀ କୂଳରେ ମାଆ ଙ୍କ ମନ୍ଦିର ରହିଛି । ମା ଧାରୀ ଦେବୀଙ୍କୁ ଉତ୍ତରାଖଣ୍ଡର ରକ୍ଷକ ବୋଲି ମଧ୍ୟ କୁହାଯାଏ ।
ଯଦି ଆପଣ ଚଳିତ ବର୍ଷ କେଦାରନାଥ ଯିବାପାଇଁ ଚିନ୍ତା କରୁଛନ୍ତି, ତେବେ ଆପଣ ଉତ୍ତରାଖଣ୍ଡର ଏହି ତୀର୍ଥସ୍ଥଳୀ ମଧ୍ୟ ଦର୍ଶନ କରିପାରିବେ ।