ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ | ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଦୀର୍ଘ ତିନି ମାସ ଧରି ବନ୍ଦ ରହିବା ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକାକୁ ଖୋଲାଯାଇଛି | ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ 01 ତାରିଖ ଠାରୁ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିଥାଏ |
ଦୀର୍ଘ ତିନି ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲୁଥିବାରୁ ପର୍ଯ୍ୟଟକମାନେ ଖୁସି ଅଛନ୍ତି। ଭିତରକନିକା ବୁଲିବାକୁ ଯାଉଥିଲେ ପର୍ଯ୍ୟଟକମାନେ ତିନୋଟି ପ୍ରବେଶ ପଥ ଯଥା ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି ଦେଇ ପ୍ରବେଶ କରିପାରିବେ | ପର୍ଯ୍ୟଟକଙ୍କ ବୁଲିବା ନିମନ୍ତେ ବନବିଭାଗ ପକ୍ଷରୁ ସରକାରୀ ସ୍ତରରେ 14 ଟି ଓ ଘରୋଇ ବୋଟ 64 ଟି ପ୍ରସ୍ତୁତ କରାଯାଇଛି।
ତେବେ ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି। ପ୍ରବେଶ ଦ୍ୱାର ପାଖରୁ ବୋଟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ନେବା ଆଣିବା ପାଇଁ 6 ଟି ବ୍ୟାଟେରୀ ଗାଡିର ବ୍ୟବସ୍ଥା କରିଛି ବନବିଭାଗ l
ଅଧିକ ପଢନ୍ତୁ : ୫ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି