ଅଗଷ୍ଟ ପହିଲାରୁ ଖୋଲିବ ଭିତରକନିକା । ୩ମାସ ଧରି ବନ୍ଦ ରହିବା ପରେ ଅଗଷ୍ଟ ୧ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ । ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ଭିତରକନିକା ବନ୍ଦ କରାଯାଇଥିଲା। ଅଗଷ୍ଟ ୧ ତାରିଖରୁ ଭିତରକନିକା ଯାଇପାରିବେ ପର୍ଯ୍ୟଟକ । ଏନେଇ ଟୁରିଷ୍ଟ ଗାଇଡ୍ ମାନଙ୍କୁ ଟ୍ରେନିଂ ଦିଆଯାଉଛି । ପର୍ଯ୍ୟଟକଙ୍କ ସ୍ୱାଗତ ପାଇଁ ବିଭିନ୍ନ ପ୍ରସ୍ତୁତି କରିଛି ବନବିଭାଗ । ପର୍ଯ୍ୟଟକ ପାଇଁ ଲୁଣା ନର୍ସରୀ, ସେଲଫି ପଏଣ୍ଟ, ରେଷ୍ଟୁରାଣ୍ଟ, ବୋଟ୍ ଲାଇବ୍ରେରୀ, ବ୍ୟାଟେରୀ ବୋଟ୍ ଭଳି ବିଭିନ୍ନ ସୁବିଧା ରହିଛି। ଭିତରକନିକା ଭିତରକୁ ପ୍ରବେଶ କରିବା ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଥିବା ରେଞ୍ଜ ଅଫିସର ମାନସ ଦାସ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ , ଗତ ୩ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବା ପରେ ଅଗଷ୍ଟ ୧ ତାରିଖରୁ ଖୋଲିବ । ବଉଳା କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ଭିତରକନିକା ବନ୍ଦ କରାଯାଇଥିଲା । ଅଗଷ୍ଟ ୧ ତାରିଖରୁ ଭିତରକନିକା ଯାଇପାରିବେ ସମସ୍ତ ପର୍ଯ୍ୟଟକ । ଏନେଇ ଟୁରିଷ୍ଟ ଗାଇଡ୍ ମାନଙ୍କ ମଧ୍ୟ ଟ୍ରେନିଂ ଦିଆଯାଉଛି । ପର୍ଯ୍ୟଟକଙ୍କ ସ୍ୱାଗତ ପାଇଁ ବିଭିନ୍ନ ପ୍ରସ୍ତୁତି କରିଛି ବନବିଭାଗ । ତେବେ ଭିତରକନିକା ଭିତରକୁ ପ୍ରବେଶ କରିବା ପାଇଁ ପର୍ଯ୍ୟଟକଙ୍କ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି ।