ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତି ଏବେ ସରିବା ଉପରେ । ଏଥର ଅମରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସୂଚନା ମୁତାବକ, ଶନିବାରଠାରୁ ଅମରନାଥ ଦର୍ଶନ ପାଇଁ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏଥରର ଏହି ଯାତ୍ରା ସବୁଠୁ ସ୍ୱତନ୍ତ୍ର ଓ ଦୀର୍ଘ ସମୟ ଧରି ଚାଲିବ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ସେହିଭଳି କରାଯାଇଛି । ଶ୍ରଦ୍ଧାଳୁଙ୍କୁ କିପରି ବାଦଲଫଟା ବର୍ଷା ଓ ଭୂସ୍ଖଳନରୁ ରକ୍ଷା କରାଯିବ ସେଥିପାଇଁ ପ୍ରଶାସନ ତଥା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥର ଅମରନାଥଙ୍କ ଦର୍ଶନ ପାଇଁ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ରେଜିଷ୍ଟ୍ରେସନ କରାଇଥିବାବେଳେ ସେମାନଙ୍କ ପାଇଁ ନୁନବନ୍ ପହଲଗାମଠାରେ ହଲ୍ଟିଙ୍ଗ କ୍ୟାମ୍ପ କରାଯାଇଛି । ଶ୍ରଦ୍ଧାଳୁଙ୍କୁ ହେଲମେଟ୍ ନିଃଶୁଳ୍କ ଭାବେ ଦିଆଯିବ।