ଦୀର୍ଘ ୬ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଲା ବାବା କେଦାରନାଥଙ୍କ ଧାମ
Khabar Odisha:World-famous-Baba-Kedarnath-Dham-opens-its-portals-for-devotees
ଖବର ଓଡିଶା : 25/04/2023

ଦୀର୍ଘ ୬ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଲା ବାବା କେଦାରନାଥଙ୍କ ଧାମ l ପାଲିଙ୍କି ଯାତ୍ରାରେ କେଦାରବାବାଙ୍କୁ ଅଣାଯିବା ପରେ ଆଜି ନୀତି ମୁତାବକ କେଦାରନାଥଙ୍କ ଦ୍ବାର ଫିଟିଛି। ଏହି ଅବସରରେ ସେନା ପକ୍ଷରୁ ବ୍ୟାଣ୍ଡ ପ୍ରଦର୍ଶନ ହୋଇଥିଲା। ଯାହା ଉପସ୍ଥିତ ଲୋକେ ମନୋଭରି ଉପଭୋଗ କରିଥିଲେ। ବ୍ରାହ୍ମ ମୁହୂର୍ତ୍ତରେ ଗର୍ଭଗୃହରେ କେଦାରନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ କବାଟ ଖୋଲିଛି । କେଦାରନାଥ ମନ୍ଦିରକୁ ୩୫ କୁଇଣ୍ଟାଲ ଫୁଲରେ ସୁନ୍ଦର ଭାବେ ସଜାଯାଇଥିବା ବେଳେ ଜୟକାର ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଛି ପରିବେଶ । ଆଜି ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦର୍ଶନ ପାଇଁ ଗଙ୍ଗୋତ୍ରୀ ଧାମର କବାଟ ଖୋଲିବା ପରେ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି । 

ଖବର ଅନୁଯାୟୀ, ପ୍ରବଳ ଥଣ୍ଡା କାରଣରୁ ଗତ ଅକ୍ଟୋବର ମାସରୁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ କରାଯାଇଥିଲା । ତେବେ ପଦଯାତ୍ରା ସହ ଶ୍ରଦ୍ଧାଳୁମାନେ ହେଲିକପ୍ଟରରେ ମଧ୍ୟ ଯାତ୍ରା କରିପାରିବେ । ଉତ୍ତରଖଣ୍ଡ ପର୍ଯ୍ୟଟନ ବିଭାଗ ପକ୍ଷରୁ ହେଲିକପ୍ଟର ଯୋଗେ କେଦାରନାଥଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଯାଏ କେଦାରନାଥଯାତ୍ରା ପାଇଁ ପ୍ରାୟ ୩ ଲକ୍ଷ ଲୋକ ବୁକିଂ କରିଥିବା ଜଣାପଡିଛି । ତେବେ ପର୍ଯ୍ୟଟକଙ୍କ ପାଇଁ କେଦାରନାଥ ଯାତ୍ରା ୩୦ ତାରିଖ ରବିବାର ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା। ହରିଦ୍ୱାର ଓ ଋଷିକେଶରେ ଖରାପ ପାଗ ଓ ଅତ୍ୟଧିକ ତୁଷାର ପାତ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଥିଲା ବୋଲି ଚାରଧାମ ଯାତ୍ରାର ଯାତ୍ରା ବିଭାଗରନରେନ୍ଦ୍ର ସିଂ କାବିରିଆଲ ସୂଚନା ଦେଇଥିଲେ। 

Subscribe

National International State Sports Entertainment