ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ସିଙ୍ଗାପୁରରେ ସୁବିଧା: ଅଧିକ ସକ୍ରିୟ ହେବ କେବୁଲ କାର ପ୍ରକଳ୍ପ
Khabar Odisha:Tourism-Singapore-Cable-car-facilities-for-tourists-in-Singapore

ନୂଆଦିଲ୍ଲୀ, ଜାନୁଆରୀ ୩୦ (ଖବର ଓଡ଼ିଶା): ପରିବହନ ପାଇଁ କାମ କରୁଥିବା ପ୍ରସିଦ୍ଧ ୱାନ ଫେବର ଗୃପ ସିଙ୍ଗାପୁରରେ ଆଗାମୀ ଦିନରେ ଭାରତୀୟ ପର୍ଯ୍ୟଟକଙ୍କୁ ଅଧିକ ସୁବିଧା ଦେବ । ଏଥି ପାଇଁ କମ୍ପାନୀ ପକ୍ଷରୁ କେବୁଲ କାର ଯାତ୍ରାକୁ ୧୦ ପ୍ରତିଶତ ବଢ଼ାଇକୁ ଲକ୍ଷ୍ୟ ରଖିଛି । ଗୃପ ୪୫ ବର୍ଷ ପୂର୍ତ୍ତି ଅବସରରେ ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସୁବିଧା ଦେବାକୁ ଲକ୍ଷ୍ୟ ରଖିଛି । ମାଉଣ୍ଟ ଫେବର ସମୂହର ସେଲ୍ସ-ବିଜନେଓ ଡଭଲପମେଣ୍ଟ ପେଟ୍ରିକ ଲି କହିଛନ୍ତି ବର୍ତ୍ତମାନ ସିଙ୍ଗାପୁରକୁ ଆସୁଥିବା ୩୦ ପ୍ରତିଶତ ଭାରତୀୟ ଏଠାରେ କେବୁଲରେ ଯାତ୍ରା କରୁଛନ୍ତି । ଆମର ଲକ୍ଷ୍ୟ ଯେ, ଏହାକୁ ୪୦ ପ୍ରତିଶତ କରାଯିବ । ଏଥିପାଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗୁଡ଼ିକ ହାତକୁ ନିଆଯାଇଛି । 

କେବୁଲ କାରରେ ପର୍ଯ୍ୟଟକଙ୍କୁ ଖାଇବା-ପିଇବା ମିଳିପାରିବ । ସିଙ୍ଗାପୁରର କେବୁଲ କାର ଅପରେଟର ୱାନ ଫେବର ଗୃପ କହିଛି, ଯଦି ଭାରତ ସରକାର ଚାହିବେ ଏହି ଅଭିଜ୍ଞତା ସେୟାର କରିବାକୁ ପ୍ରସ୍ତୁତ । ଭାରତ ଅନେକ ସହରରେ ଜନଗହଳିପୂର୍ଣ୍ଣ ସହରରରେ କେବୁଲ କାର ସୁବିଧାକୁ ପରିବହନ ରୂପ ଦେବାକୁ ମନ ବଳାଇଛି । ଦିଲ୍ଲୀର ଦରିଆଗଂଜ ଏବଂ ଚାନ୍ଦନୀ ଚୌକ ଭଳି ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡ଼ିକରେ କେବୁଲ କାର ସୁବିଧା ଦିଆଯିବା ନେଇ ଅନେକ ଥର ଚର୍ଚ୍ଚା ହୋଇଛି । 

ପେଟ୍ରିକ ଲି କହିଛନ୍ତି, ୨୦୧୮ରେ ପାଖାପାଖି ୧୩ ଲକ୍ଷ ଭାରତୀୟ ପର୍ଯ୍ୟଟକ ସିଙ୍ଗାପୁର ଯାତ୍ରା କରିଛନ୍ତି । ସିଙ୍ଗାପୁର ସ୍ୱତନ୍ତ୍ର ସୁବିଧା ଦେଉଥିବାରୁ ଭାରତୀୟ ପର୍ଯ୍ୟଟକମାନେ ଆକର୍ଷିତ ହୋଇଛନ୍ତି । ସିଙ୍ଗାପୁରର ସଣ୍ଟୋସା ପର୍ଯ୍ୟଟନସ୍ଥଳ ପ୍ରସିଦ୍ଧ ଅଟେ । ଏଠାରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆର ରାଷ୍ଟ୍ରପତି କିମ ଜଙ୍ଗ ଶାନ୍ତି ପାଇଁ ଆଲୋଚନା କରିଥିଲେ । 

 

  • Tags:

Subscribe

National International State Sports Entertainment