ସମାଜସେବା ପାଇଁ ଛାଡ଼ିଥିଲେ ଆଇପିଏସ ଚାକିରୀ, ଓଡ଼ିଆ ପୁଅ ସତ୍ୟ ସୁନ୍ଦର ହେଲେ ଜାତିସଂଘର ସହକାରୀ ସଚିବ
Khabar Odisha:Odia-son-got-assistant-secretary-of-UM
ବ୍ରହ୍ମପୁର, ଅଗଷ୍ଟ ୨୯(ଖବର ଓଡ଼ିଶା) :

 ବ୍ରହ୍ମପୁର ମୂଳନିବାସୀ ସତ୍ୟ ସୁନ୍ଦର ତ୍ରିପାଠୀଙ୍କୁ ମର୍ଯ୍ୟଦାଜନକ ଜାତିସଂଘର ମହାସଚିବ ପଦବୀରେ ଅବସ୍ଥାପିତ କରାଯାଇଛି । ଶ୍ରୀ ତ୍ରିପାଠୀ ନ୍ୟୁୟର୍କସ୍ଥିତ ଜାତିସଂଘର ୟୁଏନଇପି ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବେ । ଜାତିସଂଘର ଉଚ୍ଚ ପଦବୀରେ ରହିବା କ୍ଷେତ୍ରରେ ସେ ହେଉଛନ୍ତି ତୃତୀୟ ଓଡ଼ିଆ ।

ଉନ୍ନୟନ ମୂଳକ ଅର୍ଥନୀତିଜ୍ଞ ତଥା ଓକିଲ ଭାବେ ତାଙ୍କର ୩୫ ବର୍ଷର ଅଭିଜ୍ଞତା ରହିଛି । ୧୯୯୮ରୁ ୟୁରୋପ ଏସିଆ ଏବଂ ଆଫ୍ରିକାରେ ସେ ଜାତିସଂଘ ପାଇଁ କାର୍ଯ୍ୟ କରିଛନ୍ତି ।

ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ନିବାସୀ କିଶୋର ଚନ୍ଦ୍ର  ତ୍ରିପାଠୀଙ୍କ ପୁଅ ସତ୍ୟ ସୁନ୍ଦର ତ୍ରିପାଠୀ ୧୯୮୬-୮୭ ବର୍ଷରେ ଖଲ୍ଲିକୋଟ ଛାତ୍ର ସଂସଦର ସଭାପତି ଥିଲେ । ପରେ ସିଭିଲ ସର୍ଭିସ ପରୀକ୍ଷାରେ କୃତ କାର୍ଯ୍ୟ ହୋଇ ନାଗାଲାଣ୍ଡ କ୍ୟାଡ଼ର ଆଇପିଏସ ଅଧିକାରୀ ଭାବେ ଯୋଗ ଦେଇଥିଲେ । କିନ୍ତୁ ସମାଜସେବାରେ ବ୍ରତୀ ହୋଇ ସେ ଚାକିରୀ ପରିତ୍ୟାଗ କରିଥିଲେ ଏବଂ ବିକାଶୋନ୍ମୁଖୀ ଅର୍ଥନୀତିଜ୍ଞ ଓ ପରିବେଶବିତ୍ ଭାବେ ଜାତିସଂଘ ସହ ଯୋଡ଼ି ହୋଇଥିଲେ । 

  • Tags:

Subscribe

National International State Sports Entertainment