କଂଗ୍ରେସ ଦେଶକୁ ଖଣ୍ଡ ଖଣ୍ଡ କରୁଛି, ବିଜେପି ଦେଶର ବିକାଶ ପାଇଁ ଛିଡା ହୋଇଛି: ଶାହ
Khabar Odisha:Congress-supports-Bharat-tere-tukde-honge-BJP-stands-for-nation-building-Shah

ଗ୍ୱାଲିୟର, ଅକ୍ଟୋବର ୧୦ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କଂଗ୍ରେସକୁ ପୁଣି ଥରେ ତୀବ୍ର ସମାଲୋଚନା କରିଛନ୍ତି । ଶାହ କହିଛନ୍ତି, କଂଗ୍ରେସ ଦେଶକୁ ଖଣ୍ଡ ଖଣ୍ଡ କରୁଥିବା ବେଳେ ବିଜେପି ଦେଶର ବିକାଶ ପାଇଁ ଛିଡ଼ା ହୋଇଛି । ବିଧାନସଭା ନିର୍ବାଚନ ପ୍ରସ୍ତୁତି ପଥେ ଥିବା ମଧ୍ୟପ୍ରଦେଶର ଗ୍ୱାଲିୟରରେ ଆୟୋଜିତ ଏକ ଛାତ୍ର ସମ୍ମେଳନକୁ ସମ୍ବୋଧିତ କରି ଶାହ କହିଛନ୍ତି, ଦେଶର ଯୁବ ପୀଢ଼ିଙ୍କ ସହିତ ବିଜେପି ବିକାଶ ପାଇଁ ଛିଡ଼ା ହୋଇଛି । 

ଅମିତ ଶାହ କହିଛନ୍ତି, ମଧ୍ୟପ୍ରଦେଶର ଯୁବ ପୀଢ଼ି ପୁଣି ଥରେ ସେମାନଙ୍କ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶିବରାଜ ସଂହଙ୍କୁ ପୁଣିଥରେ ବାଛିବେ । ସେହିଭଳି ଶାହ ମଧ୍ୟପ୍ରଦେଶର ଶିବପୁରୀ ଠାରେ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନିର୍ବାଚନ ଜିତିବା ପାଇଁ ଦିନରେ ସ୍ୱପ୍ନ ଦେଖୁଛନ୍ତି । ବିଜେପି କର୍ମକର୍ତ୍ତାଙ୍କୁ ଶାହ ଅପିଲ କରିଛନ୍ତି, ସମସ୍ତେ ହାତ ମିଶାଇ ବାଟ ଚାଲନ୍ତୁ । ଭାରତୀୟ ଜନତା ପାର୍ଟି ସହଜରେ ବିଧାନସଭା ନିର୍ବାଚନ ଜିତିବ । ଫଳାଫଳ ଡିସେମ୍ବର ୧୧ରେ ପ୍ରକାଶ ପାଇବ । 

ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗ ଶନିବାର ତେଲେଙ୍ଗାନା ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ନଭେମ୍ବର ୧୨ରୁ ଡିସେମ୍ବର ୭ ମଧ୍ୟରେ କରିବାକୁ ଘୋଷଣା କରିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଓପି ରାଓ୍ଵତ ନିର୍ବାଚନୀ ଘୋଷଣା କରିବା ସମୟରେ କହିଛନ୍ତି, ସମସ୍ତ ରାଜ୍ୟର ମତଗଣନା ଡିସେମ୍ବର ୧୧ରେ ହେବ। ମଧ୍ୟପ୍ରଦେଶ ଓ ମିଜୋରାମରେ ନଭେମ୍ବର ୨୮ରେ, ରାଜସ୍ଥାନ ଓ ତେଲେଙ୍ଗାନାରେ ଡିସେମ୍ବର ୭ରେ ମତଦାନ ହେବ। ଛତିଶଗଡ଼ରେ ନଭେମ୍ବର ୧୨ ଓ ୨୦ରେ ମତଦାନ ହେବ।

 

  • Tags:

Subscribe

National International State Sports Entertainment