ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଏପର୍ଯ୍ୟନ୍ତ ତିନିଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଇଛି । ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଆସନ୍ତା ୨୫ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ଦିଲ୍ଲୀରେ ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଗୁରୁବାର ଅର୍ଥାତ ମେ’ ୯ ତାରିଖରେ ପ୍ରାର୍ଥିପତ୍ର ଫେରାଇ ନେବାର ଶେଷ ତାରିଖ ଥିଲା । ଏହା ପରେ ଏବେ ୭ଟି ଲୋକସଭା କ୍ଷେତ୍ରରେ ୧୬୨ ଜଣ ପ୍ରାର୍ଥୀ ଅଛନ୍ତି । ଉତ୍ତର-ପୂର୍ବ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ସର୍ବଧିକ ପ୍ରାର୍ଥୀ ଅଛନ୍ତି । ମନୋଜ ତିୱାରୀ ଓ କହ୍ନେୟା କୁମାର ମଧ୍ୟ ଏହି ଆସନରେ ନିର୍ବାଚନ ଳଢୁଛନ୍ତି । ଏଠାରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଗତ ୨୯ ତାରିଖରେ ଆରମ୍ଭ ହୋଇଥିଲା, ଯାହାକୁ ମେ’ ୬ ତାରିଖ ଯାଏଁ ଜାରି ରହିଥିଲା ।
ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ନୂଆଦିଲ୍ଲୀ ଲୋକସଭା ଆସନରେ ୧୭ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଏହା ୭ଟି ନିର୍ବାଚନ କ୍ଷେତ୍ର ମଧ୍ୟରୁ ସବୁଠାରୁ କମ । ଉତ୍ତର-ପୂର୍ବ ଦିଲ୍ଲୀରେ ମୋଟ ୨୮ ଜଣ ପ୍ରାର୍ଥୀ ଅଛନ୍ତି । ଏଥିରେ ମନେଜା ତିୱାରୀ ଓ କହ୍ନେୟା କୁମାର ମଧ୍ୟ ସାମିଲ ଅଛନ୍ତି । ଚାନ୍ଦିନୀ ଚୌକ, ପୂର୍ବ ଦିଲ୍ଲୀ ଏବଂ ଉତ୍ତର-ପଶ୍ଚିମ ଦିଲ୍ଲୀ ନିର୍ବାଚନ କ୍ଷେତ୍ରରେ ଯଥାକ୍ରମେ ୨୫, ୨୦ ଓ ୨୬ ଜଣ ଲେଖାଏଁ ପ୍ରାର୍ଥୀ ଅଛନ୍ତି । ପଶ୍ଚିମ ଦିଲ୍ଲୀରୁ ୨୪ ଜଣ ପ୍ରାର୍ଥୀ ଓ ଦକ୍ଷିଣ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ୨୦ରୁ ଅଧିକ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।
ନିର୍ବାଚନରେ ଇଣ୍ଡିଆ ବ୍ଲକ ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି । କଂଗ୍ରେସ ଓ ଆମ ଆଦମୀ ପାର୍ଟି (ଆପ) ମଧ୍ୟରେ ଆସନ ବୁଝାମଣା ଅନୁଯାୟୀ ଦିଲ୍ଲୀରେ ଆପ ୪ଟି ଓ କଂଗ୍ରେସ ୩ଟି ଆସନରେ ନିର୍ବଚନ ଲଢୁଛନ୍ତି । ଆପର ସୋମନାଥ ଭାରତୀ ନୂଆଦିଲ୍ଲୀ ଆସନରେ ବିଜେପିର ବାଂସୁରୀ ସ୍ୱରାଜଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି । ସେହିପରି କଂଗ୍ରେସର କହ୍ନେୟା କୁମାର ଉତ୍ତର-ପୂର୍ବ ଦିଲ୍ଲୀ ଲୋକସଭା କ୍ଷେତ୍ରରେ ମନୋଜ ତିୱାରୀଙ୍କ ବିରୋଧରେ ଅବତୀର୍ଣ୍ଣ ହୋଇଛନ୍ତି ।