ଆଜି ହେଉଛି କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା । ଆଜିର ଦିନଟି ଚାଷ କାର୍ଯ୍ୟ ଅନୁକୂଳ ପାଇଁ ମାଟି କୁ ସବୁଠି ପୂଜା କରାଯାଇଛି । ଆଜି ଏହି ପବିତ୍ର ଦିନରେ ଚାଷୀ ନିଜ ଜମିରେ ବିହନ ମୁଠାଏ ପକେଇ ପୂଜା କରି ଚାଷ ଆରମ୍ଭ କରିବା ପରମ୍ପରା ବର୍ଷ ବର୍ଷରୁ ରହିଛି ।
ଏହି ଅବସରରେ ଆଜି ସମ୍ବଲପୁର ସାପଲହରା ଠାରେ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୂମିପୂଜା କରିବା ସହ ଓ ଅଖିମୁଠି ଅନୁକୂଳ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଙ୍କ ସହ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର,ଓ ସ୍ଥାନୀୟ ବହୁଚାଷୀ ଉପସ୍ଥିତ ରହିବା ସହ ଚାଷୀଙ୍କ ମଙ୍ଗଳ ମନାସୀ ମାଟି ମାଆର ପୂଜାର୍ଚ୍ଚନା କରିବା ସହ ଆଖିମୁଠି ଅନୁକୂଳ କରି ଚାଷ ଜମିରେ ହଳ ବୁଲାଇ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ ଓ ଚାଷୀ ମାନେ ଉପସ୍ଥିତ ଥିଲେ ।