ସଚେତନ ହେଲେଣି ଭୋଟର , ନିଜ ହକ ପାଇଁ ନେତା ଙ୍କ ମୁହଁରେ ଜବାବ ବି ଦେବା ଶିଖିଲେଣୀ ଭୋଟର । ଯେତେବେଳେ ନିର୍ବାଚନ ଆସେ ନେତାଙ୍କ ପ୍ରତିଶୃତି ମନେପଡେ ହେଲେ ପରେ ଭୋଟରଙ୍କୁ ଭୁଲିଯାଆନ୍ତି ନେତା ସେଥିପାଇଁ ଜନତାଙ୍କ ରୋଷର ଶିକାର ହେବାକୁ ପଡେ । ଏମିତି କିଛି ଘଟିଛି ବିଧାୟିକା ଦୀପାଳି ଦାସଙ୍କ କ୍ଷେତ୍ରରେ | ନିର୍ବାଚନ ପ୍ରଚାର ବେଳେ ହଟହଟା ହେଲେ ଦୀପାଳି । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।
ପୂର୍ବତନ ମନ୍ତ୍ରୀ ନବଦାସଙ୍କ ଝିଅ ଦୀପାଳିଙ୍କୁ ଏବେ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧ ହେଉଛି ବୋଲି ସୂଚନା ମିଳିଛି । ବିରୋଧ ଆଉ କେହି ନୁହେଁ ବିରୋଧ କରୁଛନ୍ତି ଗାଁ ର ଗରିବ, ଖଟିଖିଆ, ମୂଲିଆ ଓ ମହିଳା । କିଛି ଦିନ ତଳେ ପ୍ରଚାର ବେଳେ କିର୍ମିରା ବ୍ଲକ ଝାରମୁଣ୍ଡା ଗ୍ରାମରେ ଦୀପାଳିଙ୍କୁ ସାଂଘାତିକ ବିରୋଧ ହେବା ଘଟଣା ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା। ଏହି ଘଟଣା ପରେ ପୁଣି ବୁଧବାର ସନ୍ଧ୍ୟାରେ କୋଲାବିରା ବ୍ଲକ କୁଲିହାମାଲ ଗ୍ରାମରେ ଦୀପାଳିଙ୍କୁ ପୁଣିଥରେ ବିରୋଧ ହୋଇଛି।
ଗାଁରେ ଦୀପାଳି ସ୍କୁଟିରେ ପ୍ରଚାର କରୁଥିବା ବେଳେ ସ୍ଥାନୀୟ ଜଣେ ମହିଳା ତାଙ୍କୁ ପ୍ରଶ୍ନ କରିଥିଲେ ଏହି ରାସ୍ତା କ’ଣ ଦେଖାଯାଉନି, କାହିଁକି ଏ ରାସ୍ତା ଖରାପ ,ରାସ୍ତା ଠିକ କରିଦେବ ବୋଲି ପ୍ରଶ୍ନ କରିଥିଲେ। ଗ୍ରାମବାସୀଙ୍କ ପ୍ରଶ୍ନବାଣରେ ଦୀପାଳି ଶଙ୍ଖ ଚିହ୍ନ ରେ ଭୋଟ ଦିଅନ୍ତୁ କହି ଘଟଣାସ୍ଥଳରୁ ଚାଲି ଯାଇଥିଲେ କିନ୍ତୁ ଘଟଣାକୁ ନେଇ ଦୀପାଳିଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନାହିଁ ।
ଅଧିକ ପଢନ୍ତୁ :- ସମ୍ବଲପୁର ମୋଦିଙ୍କ ସାଙ୍ଗରେ ଅଛି : କେନ୍ଦ୍ରମନ୍ତ୍ରୀ