ଭାରତରେ ବିଶ୍ୱର ବଡ଼ ପରିବାର: ଜିଓନାଙ୍କ ୩୮ ପତ୍ନୀ, ସଦସ୍ୟ ସଂଖ୍ୟା ୧୬୭
Khabar Odisha:world-biggests-chana-amily-in-mizoram

ନୂଆଦିଲ୍ଲୀ, ମେ ୧୫(ଖବର ଓଡ଼ିଶା): ଓଡ଼ିଆରେ ଏକ ରୁଢ଼ି ଅଛି, ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ଶ୍ରଦ୍ଧା ଯହିଁ ଥାଏ ନିରନ୍ତର । କିନ୍ତୁ ଆଜିକାଲି ଏହି ଭାବନାରେ ପରିବର୍ତ୍ତନ ଆସିଛିି । ନିଜେ ବଂଚିବା ପାଇଁ ଲୋକ ବାପା, ମାଁ, ଭାଇ, ଭଉଣୀରକୁ ଅବହେଳା କରୁଛନ୍ତି । ଅନେକ ଲୋକ ଘର ଛାଡି ସହରାଭିମୁଖୀ ହେଉଥିବା ଦେଖାଯାଉଛି । କିଛି ଲୋକେ ଭାବନ୍ତି, ଛୋଟ ପରିବାର ସୁଖୀ ପରିବାର । କିନ୍ତୁ ପରିବାର ଛୋଟ-ବଡରେ ସୁଖ-ଦୁଃଖ ନଥାଏ । ଭଲ ବୁଝାମଣା ରହିଲେ ପରିବାର ସୁଖୀ ରହି ପାରିବ ବୋଲି ବିଶେଷଜ୍ଞମାନନେ ମତ ଦିଅନ୍ତି । ଆଜିର ବ୍ୟସ୍ତ ବହୁଳ ଜୀବନରେ ଶତ ପ୍ରତିଶତ ଲୋକ ଛୋଟ ପରିବାରକୁ ପସନ୍ଦ କରୁଥିବା ବେଳେ ଏହି ଭାରତରେ ବଶ୍ୱର ବଡ ପରିବାର ରହିଛି, ଯେଉଁଠି ଗୋଟିଏ ପରିବାରରେ ୧୬୭ ଜଣ ସଦସ୍ୟ ରହନ୍ତି । ମିଜୋରାମ ରାଜଧାନୀ ଆଇଜଲ ନିକଟରେ ଥିବା ଏହି ପରିବାର ରହନ୍ତି ଗୋଟିଏ ଛାତ ତଳେ । ଏମାନଙ୍କ ପାଇଁ ଗୋଟିଏ ରୋଷେଇ ଘରେ ଖାଇବା ତିଆରି ହୋଇଥାଏ । ଗୋଟିଏ ଡାଇନିଂଗ ହଲରେ ସମସ୍ତେ ମଧ୍ୟାହ୍ନ ଓ ରାତ୍ରି ଭୋଜନ କରନ୍ତି । ଚାରି ମହଲା ଘରେ ଏକାଠି ରହନ୍ତିଏହି ପରିବାରର ଲୋକେ । ବୁଝାମଣାର ଅଭାବ ନ ଥାଏ ବୋଲି ଜିଓନା କହନ୍ତି । ଆଜି ‘ବିଶ୍ୱ ପରିବାର ଦିବସ’ ଅବସରରେ ବିଶ୍ୱର ଏହି ବିଶାଳ ପରିବାର ସମ୍ପର୍କରେ ପାଠକଙ୍କୁ ଅବଗତ କରାଇବାକୁ ଆମେ ଚେଷ୍ଟା କରିଛୁ ।

ସଂକ୍ଷେପରେ ଜିଓନା
-ମିଜୋରାମର ବଖତ ଗାଁରେ ବିଶ୍ୱର ସବୁଠାରୁ ବଡ ପରିବାର ଏକାଠି ରହନ୍ତି । ପରିବାର ମୁଖ୍ୟ ହେଉଛନ୍ତି ଜିଓନନ ଚାନା, ଯାହାଙ୍କର ୩୯ ପତ୍ନୀ, ୯୪ ସନ୍ତାନ ଓ ୩୩ ନାତି-ନାତୁଣୀ ।
-ଜିଓନା ବିଶ୍ୱର ବଡ ପରିବାର ସହିତ ରହିବାକୁ ପସନ୍ଦ କରୁଛନ୍ତି । ସେ ନିଜର ପରିବାର ସହି ୧୦୦ଟି କୋଠରୀରେ ରହନ୍ତି ।
-ଜିଓନା ୧୯୫୯ରେ ପ୍ରଥମ ଥର ବିବାହ କରିଥିଲେ । ସେ ଶେଷ ଥର ପାଇଁ ୨୦୦୪ରେ ବିବାହ କରିଛନ୍ତି ।
-ତାଙ୍କ ପରିବାରରେ ପ୍ରତିଦିନ ୧୩୦ କିଗ୍ରା ଖାଦ୍ୟ ପ୍ରସ୍ତୁତ ହୋଇଥାଏ ।


ନିଜକୁ ଭାଗ୍ୟବାନ ମନେ କରିନ୍ତି ଜିଓନା

-ଜିଓନା ଯେମିତି ୩୯ଟି ଜଣ ମହିଳାଙ୍କୁ ବିବାହ କରିଛନ୍ତି, ସେହିଭଳି ତାଙ୍କର ପତ୍ନୀମାନେ ପୂର୍ବରୁ ଏକାଧିକ ପୁରୁଷଙ୍କୁ ବିବାହ କରିଛନ୍ତି ।
-ସେ ପରିବାରର ସମସ୍ତ ସଦସ୍ୟଙ୍କୁ ସ୍ୱାଧୀନତା ଦେଇଛନ୍ତି ।
-ତାଙ୍କର ପରିବାରକୁ ଗିନିଜ ବୁକ ଅଫ ୱାଲର୍ଡ ରେକଡରେ ସ୍ଥାନ ପାଇଛି ।


ପ୍ରେମରେ ପରିବାର
-ଚାନାଙ୍କ ପତ୍ନୀମାନଙ୍କର ମଧ୍ୟରେ କେବେ ଭୁଲ ବୁଝାମଣା ଦେଖାଯାଇ ନ ଥାଏ ।
-ଜଣେ ଅନ୍ୟର ପ୍ରେମରେ ରହନ୍ତି ଏହି ମହିଳାମାନେ ।
-ଗୋଟିଏ ଦିନର ଖାଦ୍ୟରେ ୪୫କିଗ୍ରା ଚାଉଳ, ୨୫କିଗ୍ରା ଡାଲି, ୨୦କିଗ୍ରା ଫଳ, ୩୦ରୁ ୪୦କୁକୁଡା ଓ ୫୦ଟି ଅଣ୍ଡା ଦରକାର ପଡ଼ିଥାଏ ।

 

  • Tags:

Subscribe

National International State Sports Entertainment