ରାମ ମନ୍ଦିର ନିର୍ମାଣ ପାଇଁ ୧୫ କୋଟି ଦେବାକୁ ସପା ବିଧାୟକଙ୍କ ଘୋଷଣା
Khabar Odisha:sp-leader-bukkal-nawab-says-i-will-give-rs-15-crores-for-ram-temple
ଲଖନଉଁ, ମେ ୧୫(ଖବର ଓଡ଼ିଶା): ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିର ନିର୍ମାଣ ପାଇଁ ୧୫ କୋଟି ଟଙ୍କା ଦେବାକୁ ସମାଜବାଦୀ ପାର୍ଟି ବିଧାୟକ ବୁକ୍କଲ ନୱାବ ରବିବାର ଘୋଷଣା କରିଛନ୍ତି । ମୁଲାୟମ ସିଂହ ଯାଦବଙ୍କ ନିକଟତର କୁହାଯାଉଥିବା ବିଧାୟକ ନୱାବ ଆହୁରି ମଧ୍ୟ କହିଛନ୍ତି ଯେ, ସେ ପ୍ରଭୁ ଶ୍ରୀରାମଙ୍କ ମୁକୁଟ ତିଆରି ପାଇଁ ୧୦ଲକ୍ଷ ଟଙ୍କା ଦେବେ । ଲଖନଉଁରେ ଅନୁଷ୍ଠିତ ଏକ ପତ୍ରକାର ସମ୍ମିଳନୀରେ ବିଧାୟକ ଏହି ସୂଚନା ଦେଇଛନ୍ତି । ରାମ ମନ୍ଦିର ଅଯୋଧ୍ୟାରେ ଥିଲା ଓ ଏଠାରେ ରାମ ମନ୍ଦିର ନିର୍ମାଣ ହେଲେ ବହୁତ ଭଲ ହେବ । ଭଗବାନ ରାମ ଅଯୋଧ୍ୟାରେ ଜନ୍ମ ହୋଇଥିଲେ । ସେଥିପାଇଁ ତାଙ୍କର ମନ୍ଦିର ଅଯୋଧ୍ୟାରେ ନିର୍ମାଣ ହେବା ଦରକାର । ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ହେବା ପରେ, ମୁଁ ତାଙ୍କୁ ମୁକୁଟ ପିନ୍ଧାଇବି ବୋଲି ବିଧାୟକ କହିଛନ୍ତି ।

ଜମି ଜାଲିଆତି ଅଭିଯୋଗ
-ବିଧାୟକ ବୁକ୍କୁଲ ନୱାବଙ୍କ ନାମରେ ୮କୋଟି ଟଙ୍କାର ଜମି ଦୁର୍ନୀତିି ମାମଲା ରହିଛି ।
-ସେ ଜାଲିଆତି କରି ଗୋମତି ନଦୀ କୂଳରେ ଜମି ନେଇଛନ୍ତି ବୋଲି ଅଭିଯୋଗ ହୋଇଛି ।
-ଅଭିଯୋଗ ଅନୁସାରେ, ଜାଲିଆତି କାଗଜପତ୍ର ମାଧ୍ୟମରେ ସେ ଜମି ହଡପ କରିଛନ୍ତି ।
-ରାଜ୍ୟ ସରକାରଙ୍କ ଖାତାକୁ ଜମି ଫେରାଇବାକୁ ତାଙ୍କୁ ନୋଟିସ ହୋଇଛି ।
-ଜମି ଜାଲିଆତି ବାବାଦରେ ବିଧାୟକ କହିଛନ୍ତି, ଗୋମତି ନଦୀ କୂଳରେ ଥିବା ଜମିନ ଆମ ପୂର୍ବପୁରୁଷଙ୍କର । ମୋର ପିତା ପାଇଲଟ ଥିଲେ । ଜେଜେ ବାପାଙ୍କ ପାଖରେ କିଛି ପରିମାଣରେ ଜମି ଥିଲା । ଏହି ଜମି ସୀତାପୁର, ଲଖନଉଁ, ହରଦୋଇରେ ଥିଲା ।
-ବନ୍ୟା ସମୟରେ ଏହି ଜମିକୁ ପାଣି ମାଡ଼ିଆସୁଥିଲା ।

ବିଧାୟକ କହିଲେ ସରକାର ଦେଇ ନାହାନ୍ତି ୩୦ କୋଟି ସହାୟତା
-ସରକାର ତାଙ୍କୁ ୩୦ କୋଟି ଟଙ୍କା ସହାୟତା ଦେବା ଦରକାର । କାରଣ ସରକାର ତାଙ୍କର ପୈତୃକ ଜମିକୁ ବ୍ୟବହାର କରି ଗୋମତି ରିଭର ଫ୍ରଣ୍ଟ ବିକାଶ କରିଛନ୍ତି ।
-କିନ୍ତୁ ସରକାର ଏପର୍ଯ୍ୟନ୍ତ ସରକାର ସହାୟତା ରାଶି ଦେଇ ନାହାନ୍ତି ।
-ସରକାରଙ୍କ ଠାରୁ ଟଙ୍କା ମିଳିବା ପରେ ସେ ଏଥିରୁ ୧୫ କୋଟି ଟଙ୍କା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିବେ, ବୋଲି ବିଧାୟକ କହିଛନ୍ତି ।
-ମୋ ଉପର ଅଭିଯୋଗ ଅଣାଯାଇଛି । କିନ୍ତୁ ମୁଁ କିଛି ଦୋଷ କରିନାହିଁ ବୋଲି ସେ କହିଛନ୍ତି ।

 

  • Tags:

Subscribe

National International State Sports Entertainment