ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ଆଣ୍ଡାମାନ ଦ୍ଵୀପ ଛୁଇଁଲା ମୌସୁମୀ ବାୟୁ
Khabar Odisha:moon-soon-reached-in-andaman-island

ଭୁବନେଶ୍ଵର,ମେ୧୪(ଖବର ଓଡ଼ିଶା): ଆଣ୍ଡାମାନ ଦ୍ଵୀପ ଛୁଇଁଲା ମୌସୁମୀ ବାୟୁ। ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ମୌସୁମୀ ବାୟୁ ଆଣ୍ଡାମନ ଦ୍ଵୀପରେ ପହଞ୍ଚିଛି। ରବିବାର ଭୁବନେଶ୍ଵର ପାଣିପାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଏଠାରେ ଉଲ୍ଲେଖନୀୟ, ଚଳିତ ବର୍ଷ ମୌସୁମୀ ବର୍ଷା ସ୍ଵାଭାବିକ ରହିବ। ଦେଶର ଚାରିଆଡ଼େ ଭଲ ବର୍ଷା ହେବ। ଚାଷ ପାଇଁ ଚାଷୀ ଚାତକ ପରି ଚାହିଁରହିଥିବା ଦକ୍ଷିଣ-ପଶ୍ଚିମ ମୈାସୁମୀ ମେ ମାସର ଚତୁର୍ଥ ସପ୍ତାହ ମଧ୍ୟରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପ୍ରିଲ ୧୮ରେ ସୂଚନା ଦିଆଯାଇଥିଲା। ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ମୌସୁମୀ ଆଣ୍ଡାମାନରେ ପହଞ୍ଚିଥିବାରୁ ଚଳିତ ବର୍ଷ କେରଳରେ ମୌସୁମୀ ଆଗୁଆ ଛୁଇଁବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ମୈାସୁମୀ ପ୍ରଭାବରେ ଦେଶରେ ଦୀର୍ଘକାଳିନ ଭାବେ ୯୬ ପ୍ରତିଶତ ବର୍ଷା ହେବ। ସାଧାରଣତଃ ୯୬ ପ୍ରତିଶତ ଓ ୧୦୪ ପ୍ରତିଶତ ବର୍ଷାକୁ ସ୍ଵାଭାବିକ ବର୍ଷା କୁହାଯାଏ। ୯୬ ପ୍ରତିଶତରୁ କମ ହେଲେ ସ୍ଵାଭାବିକଠାରୁ କମ ବର୍ଷା ବୋଲି ଦର୍ଶାଯାଇଥାଏ। ସେହିପରି ୧୦୪ରୁ ୧୧୦ ପ୍ରତିଶତ ବର୍ଷାକୁ ସ୍ଵାଭାବିକଠୁ ଅଧିକ କୁହାଯାଇଥାଏ।

ସୂଚନାଯୋଗ୍ୟ, ଗତବର୍ଷ ଭାରତୀୟ  ପାଣିପାଗ ବିଭାଗ ଦେଶରେ ସ୍ଵାଭାବିକ ମୈାସୁମୀ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା। ମାତ୍ର ପ୍ରାରମ୍ଭରେ ଏହି ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଥିଲା। କିନ୍ତୁ ଶେଷ ଆଡ଼କୁ ସ୍ଵାଭାବିକ ମୈାସୁମୀ ବର୍ଷା ହୋଇଥିଲା।

ଗତ ବର୍ଷ ଦକ୍ଷିଣ ଉପତ୍ୟକା ସହ ତାମିଲନାଡ଼ୁ, କର୍ଣ୍ଣାଟକ ଓ କେରଳରେ ସ୍ଵାଭାବିକଠୁ ବହୁତ କମ ବର୍ଷା ହୋଇଥିଲା। ଏଠାରେ ମରୁଡ଼ି ପରି ପରିସ୍ଥିତ ଉପୁଜିଥିଲା। 

  • Tags:

Subscribe

National International State Sports Entertainment