କୁଳଭୂଷଣ ଫାଶୀଦଣ୍ଡାଦେଶ ମାମଲା: ୧୮ ବର୍ଷ ପରେ ଭାରତ ଓ ପାକିସ୍ତାନ ହେବେ ମୁହାଁମୁହିଁ
Khabar Odisha:kulbhushan-jadhav-case-india-pakistan-at-icj-after-18-years

ନୂଆଦିଲ୍ଲୀ, ମଇ ୧୪(ଖବର ଓଡ଼ିଶା): ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ଦ୍ୱାରା ଫାଶୀଦଣ୍ଡା ମାମଲାରେ ଭାରତ ଓ ପାକିସ୍ତାନ ୧୮ ବର୍ଷ ପରେ ଅନ୍ତରାଷ୍ଟ୍ରୀୟ ଅଦାଳତରେ ମୁହାଁମୁହିଁ ହେବେ। କୁଳଭୂଷଣ ଯାଦବଙ୍କୁ ମିଳିଥିବା ଫାଶୀଦଣ୍ଡାଦେଶକୁ ଅନ୍ତରାଷ୍ଟୀୟ କୋର୍ଟ ରୋକ ଲଗାଇ ଦେଇଛନ୍ତି । ପୂର୍ବରୁ ୧୯୯୯ରେ ଇସଲାମାବାଦ ନିଜର ଏକ ସେନା ବିମାନଙ୍କୁ ଗୁଳି କରିବାକୁ ନେଇ ଭାରତ ବିରୋଧରେ ଅନ୍ତରାଷ୍ଟ୍ରୀୟ କୋର୍ଟରେ ଅଭିଯୋଗ ଆଣିଥିଲା । ନେଦରଲ୍ୟାଣ୍ଡର ହେଗସ୍ଥିତ ସଂଯୁକ୍ତ ରାଷ୍ଟ୍ରର ମୁଖ୍ୟ ନ୍ୟାୟିକ ଶାଖା ଆଇସିଜେ ପିସ ପେଲେସର ଗ୍ରେଟ ହଲ ଅଫ ଜଷ୍ଟିସରେ ଜୁନ ୧୫ରେ ଶୁଣାଣୀ ହେବ, ଯେଉଁଠାରେ କି ବିବାଦୀୟ ଯାଦବ ମାମଲାରେ ଉଭୟ ଭାରତ ଓ ପାକିସ୍ତାନ ପକ୍ଷକୁ ମତ ରଖିବାକୁ କୁହାଯିବ।

 ଭାରତ ମେ ୮ରେ ଅନ୍ତରାଷ୍ଟ୍ରୀୟ କୋର୍ଟରେ ପୂର୍ଣ୍ଣ ଦରଖାସ୍ତ କରି ୪୬ ବର୍ଷୀୟ କୁଳଭୂଷଣ ଯାଦବଙ୍କ ପାଇଁ ନ୍ୟାୟ ମାଗିଥିଲା । ଭାରତ କହିବା ଅନୁସାରେ ପାକିସ୍ତାନ ପୂର୍ବ ସେନା ଅଧିକାରୀଙ୍କ ସହିତ ଦୂତାବାସ ସମ୍ପର୍କ ପାଇଁ ଦିଆଯାଇଥିବା ୧୬ ଆବେଦନକୁ ଠିକ୍ ଭାବରେ ଦେଖାଯାଇ ନାହିଁ । ଏହା ପୂର୍ବରୁ ୧୮ ବର୍ଷ ପୂର୍ବରୁ ୧୯୯୯ ଅଗଷ୍ଟ ୧୦ରେ କଚ୍ଛ ଅଂଚଳରେ ଭାରତୀୟ ବାୟୁ ସେନା ପାକିସ୍ତାନ ସମୁଦ୍ର ଟୋହୀ ବିମାନ ଆଟଲା ିକ୍ ଉପରକୁ ଗୁଳି ବର୍ଷାଇଥିଲା ଏହି ଘଟଣାରେ ୧୬ ନୌସେନାଙ୍କର ମୃତ୍ୟୁ ଘଟିଥିଲା । ପାକିସ୍ତାନର ଦାବି ଥିଲା ଯେ, ପାକିସ୍ତାନ ବାୟୁମାର୍ଗରେ ଗୁଳି କରାଯାଇଥିଲା । ସେଥିପାଇଁ ପାକିସ୍ତନା ୬କୋଟି ଆମେରିକୀୟ ଡଲାର ସହାୟତା ରାଶି ଦାବି କରିଥିଲା । କିନ୍ତୁ ଆଇସିଜେର ୧୬ ଜଣିଆ ଖଣ୍ଡପୀଠ ୨୦୦୦ ଜୁନ ୨୧ରେ ୧୪ରୁ ୨ଟି ଦାବିକୁ ଖାରଜ କରିଦେଇଥିଲା ।  

  • Tags:

Subscribe

National International State Sports Entertainment