ଆତଙ୍କବାଦୀଙ୍କୁ କାଶ୍ମୀର ଯୁବକଙ୍କ କଡ଼ା ଜବାବ: ୭୦୦ ପୋଲିସ ପଦ ପାଇଁ ୬୭ ହଜାର ଆବେଦନ
Khabar Odisha:jk-youths-defy-terrorists-67000-apply-for-700-cop-jobs

ଶ୍ରୀନଗର,ମେ୧୪(ଖବର ଓଡ଼ିଶା): ଜାମ୍ମୁ ଓ କାଶ୍ମୀର ସୋପିଆଁରେ ଆର୍ମି ଅଫିସର ଲେଫ୍ଟନାଣ୍ଟ ଉମର ଫୟାଜଙ୍କ ହତ୍ୟା ପରେ ହିଜିବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ସେନାଠୁ ଦୂରରେ ରହିବାକୁ କାଶ୍ମୀର ଯୁବକଙ୍କୁ ଚେତାବନୀ ଦେଇଛି। ମାତ୍ର କାଶ୍ମୀର ଯୁବକ-ଯୁବତୀ ଆତଙ୍କବାଦୀଙ୍କ ଚେତାବନୀକୁ ଭ୍ରୁକ୍ଷେପ ନକରି ସୁରକ୍ଷା ବଳରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି। ଶନିବାର ବକ୍ସି ଷ୍ଟାଡିୟମରେ ଘାଟିର ୨୦୦୦ ଯୁବକ-ଯୁବତୀ ସେନାରେ ଭର୍ତ୍ତି ହେବା ପାଇଁ ପରୀକ୍ଷା ଦେଇଛନ୍ତି। କାଶ୍ମୀର ଏହି ଯୁବକ-ଯୁବତୀ ପୋଲିସର ସବ ଇନ୍ସପେକ୍ଟର ପଦ ପାଇଁ ଶାରୀରିକ ପରୀକ୍ଷା ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ବିଭିନ୍ନ ଆତଙ୍କବାଦୀ ସଂଗଠନ କାଶ୍ମୀରର ଯୁବକଙ୍କୁ ସୁରକ୍ଷା ବଳରେ ଭର୍ତ୍ତି ନହେବା ପାଇଁ ଚେତାବନୀ ଦେଇ ଆସୁଛନ୍ତି ଏଵଂ ଅନେକ ଧମକପୂର୍ଣ୍ଣ ଭିଡ଼ିଓ ଜାରି କରୁଛନ୍ତି। ଏସବୁ ସତ୍ତ୍ଵେ କାଶ୍ମୀର ଯୁବକ ଆତଙ୍କବାଦୀଙ୍କ ଧମକକୁ ବେଖାତିର କରି ଜାମ୍ମୁ ଓ କାଶ୍ମୀର ପୋଲିସରେ ଭର୍ତ୍ତି ହେବା ପାଇଁ ଧାଡ଼ିରେ ଛିଡ଼ା ହୋଇ ପରୀକ୍ଷା ଦେଇଥିବା ଦେଖାଯାଇଛି। ସବୁଠୁ ମହତ୍ତ୍ଵପୂର୍ଣ୍ଣ କଥା ପରୀକ୍ଷା ଦେବାକୁ ଆସିଥିବା ଯୁବକଙ୍କ ମଧ୍ୟରୁ କାଶ୍ମୀର ଯୁବକଙ୍କ ସଂଖ୍ୟା ଅଧିକ।

ସୂଚନା ଅନୁସାରେ, ସବ ଇନ୍ସପେକ୍ଟରରେ ଖାଲି ଥିବା ୬୯୮  ପଦ ପାଇଁ ମୋଟ ୬୭ ହଜାର ୨୧୮ ଆଶାୟୀ ଆବେଦନ କରିଛନ୍ତି। ଏଥିରୁ ୩୫ ହଜାର ୭୨୨ କାଶ୍ମୀର ଥିବା ବେଳେ ୩୧ ହଜାର ୪୯୬ ଜାମ୍ମୁର। ଜାମ୍ମୁ ଓ କାଶ୍ମୀର ଡିଜିପି ଏସପି ବୈଦ୍ୟ କହିଛନ୍ତି ଯେ ହଜାର ସଂଖ୍ୟକ କାଶ୍ମୀର ଯୁବତୀ ସମାଜର ଅନେକ କଟକଣା ଓ ପ୍ରତିବନ୍ଧକୁ ଏଡ଼ାଇ ପୋଲିସରେ  ଭର୍ତ୍ତି ହେବା ପାଇଁ ଶାରୀରିକ ପରୀକ୍ଷାରେ ସାମିଲ ହୋଇଥିଲେ। ୬ ହଜାରରୁ ଅଧିକ କାଶ୍ମୀର ଯୁବତୀ ସବ ଇନ୍ସପେକ୍ଟର ପଦ ପାଇଁ ଶାରୀରିକ ପରୀକ୍ଷା ଦେଇଛନ୍ତି।

 

  • Tags:

Subscribe

National International State Sports Entertainment