ମାତୃତ୍ୱ ଦିବସର ଉପହାର: ୟୁପିରେ ଏବେ ‘ମା’’ ଜଗିବେ ସ୍କୁଲ ଶିଶୁ ମାନଙ୍କର ମଧ୍ୟାହ୍ନ ଭୋଜନ
Khabar Odisha:Up-gov-gives-a-Mothers-day-gift-to-the-children-and-maa-of-primary-students
ଲକ୍ଷ୍ନୌ, ମଇ୧୪(ଖବର ଓଡ଼ିଶା): ଆଜି ସମଗ୍ର ବିଶ୍ୱରେ ମାତୃତ୍ୱ ଦିବସ ପାଳିତ ହେଉଥିବା ବେଳେ ଉତ୍ତରପ୍ରଦେଶ ସରକାର ଏହି ଦିବସଟିକୁ ଆହୁରୀ ସ୍ମରଣୀୟ କରିବା ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଲକ୍ଷ ଲକ୍ଷ ମାଏବଂ ତାଙ୍କର ସନ୍ତାନ ମାନଙ୍କୁ ଭେଟି ଦେବାକୁ ଯାଇ ସରକାରଙ୍କ ତରଫରୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନକୁ ମାମାନେ ତଦାରଖ କରିବେ ବୋଲି ନିଷ୍ପତି ନିଆଯାଇଛି। ଏହାଫଳରେ ମାମାନେ ସେମାନଙ୍କର ସନ୍ତାନ ପ୍ରାଥମିକ ବିଦ୍ୟାଳୟରେ ଦିଆଯାଉଥିବା ଖାଦ୍ୟ ଗୁଡ଼ିକ କେତେ ଭିଟାମିନ୍‌ଯୁକ୍ତ ତାହା ଜାଣିପାରିବେ ବୋଲି କୁହାଯାଉଛି। ବିଦ୍ୟାଳୟ ଗୁଡ଼ିକରେ ନିମ୍ନମାନର ଖାଦ୍ୟ ପରଷା ଯାଉଥିବା ଅଭିଯୋଗ ଆସିବା ପରେ ମାନକୁ ତଦାରଖ କରିବା ପାଇଁ ମାସ୍କୁଲରେ ରହିବେ ବୋଲି ୟୁପିର ମୌଳିକ ଶିକ୍ଷା ମନ୍ତ୍ରୀ ଅନୁପମା ଜୈସୱାଲ ସୁଚନା ଦେଇଛନ୍ତି।
 
ବିଭିନ୍ନ ଜାତିର ତଥା ସ୍କୁଲରେ ପଢ଼ୁଥିବା ପିଲାମାନଙ୍କର ମାଙ୍କ ମଧ୍ୟରୁ ୬ଜଣ ମାଙ୍କୁ ଏହି କାମ ନିମନ୍ତେ ବଛାଯିବ। ସେମାନଙ୍କର ଏକ ଟିମ୍‌ କରାଯାଇ ସ୍କୁଲ ରୋଷଶାଳା ପରିଷ୍କାର ପରିଚ୍ଛନ୍ନ ଠାରୁ ଆରମ୍ଭ କରି ଖାଦ୍ୟର ମାନ ପର୍ୟ୍ୟନ୍ତ ଉପରେ ନଜର ରଖାଯିବ ବୋଲି ଜୈସୱାଲ ପ୍ରକାଶ କରିଛନ୍ତି।
 
ଚଳିତ ବର୍ଷ ରାଜ୍ୟ ସରକାର ସ୍କୁଲ ଗୁଡ଼ିକର ପରିବେଶକୁ ବଦଳାଇବା ପାଇଁ କାର୍ୟ୍ୟପନ୍ଥା ଆପଣାଯାଉଛି। ସ୍କୁଲରେ ଶିକ୍ଷକମାନଙ୍କ ସମୟାନୁବର୍ତ୍ତିତା, ନୂଆ ସ୍କୁଲ ପୋଷାକ ଓ ବ୍ୟାଗ୍‌ ଯୋଗାଇବା ଆଦି ଉପରେ ଧ୍ୟାନ ରଖାଯାଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।
 
ଶିକ୍ଷକମାନଙ୍କର ଉପସ୍ଥିତି ବିଷୟରେ ତଦାରଖ ଜାଣିବା ପାଇଁ ସେମାନଙ୍କର ଫୋନ ନମ୍ୱର ସହ ଫଟୋକୁ ମଧ୍ୟ ସ୍କୁଲରେ ରଖାଯିବ। ଯାହାଫଳରେ ଅବିଭାବକମାନେ ଅନୁପସ୍ଥିତି ସମ୍ପର୍କରେ ସେମାନଙ୍କଠାରୁ ଜାଣିପାରିବେ ବୋଲି କୁହାଯାଉଛି।
 
ସୁଚନାଯୋଗ୍ୟ ଯେ, ୟୁପି ସରକାର ଶନିବାରକୁ ନୋ ବ୍ୟାଗ୍‌ ଡ଼େବୋଲି ଘୋଷଣା କରିଛନ୍ତି। ଏହି ଦିନ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ପୋଷାକ ବିନା ଆସିବା ପାଇଁ କୁହାଯାଇଛି। ସ୍କୁଲ ଗୁଡ଼ିକରୁ ଗେରୁଆ ପୋଷାକ ଉଚ୍ଛେଦ କରିବା ସହ ସେମାନଙ୍କ ସ୍ଥାନରେ ନୁଆ ପୋଷାକକୁ ସ୍ଥାନ ଦିଆଯାଇଛି। ତେବେ ସରକାର ମାଗଣାରେ ଛାତ୍ରଛାତ୍ରୀମାନଙ୍କୁ ବହି, ପୋଷାକ, ଚପଲ ଏବଂ ବ୍ୟାଗ୍‌ ଯୋଗାଇ ଦେବାପାଇଁ ଘୋଷଣା ମଧ୍ୟ କରିଛନ୍ତି। ଏହା ଜୁଲାଇ ୧ ରୁ ୧୦ ମଧ୍ୟରେ କରାଯିବ।
  • Tags:

Subscribe

National International State Sports Entertainment