ଇନ୍ଦିରା ଭାରତର ଏବେ ପର୍ଯ୍ୟନ୍ତ ରହିଆସିଥିବା ସବୁଠାରୁ ଲୋକପ୍ରୀୟ ପିଏମ୍‌, କଂଗ୍ରେସ ତାଙ୍କଠାରୁ କିଛି ଶିଖୁ: ରାଷ୍ଟ୍ରପତି
Khabar Odisha:Prez-praises-the-late-Pm-Indira-gandhi-in-her-Book-inauguration
ନୂଆଦିଲ୍ଲୀ, ମଇ୧୪(ଖବର ଓଡ଼ିଶା): ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଶ୍ରୀମତି ଇନ୍ଦିରା ଗାନ୍ଧିଙ୍କୁ ସବୁଠାରୁ ଲୋକପ୍ରୀୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଇନ୍ଦିରା ଗାନ୍ଧିଙ୍କ ଉପରେ ଆଧାରିତ ଏକ ପୁସ୍ତକକୁ ଉନ୍ମୋଚନ କରିବା ଅବସରରେ ତାଙ୍କର ନିର୍ଣ୍ଣୟ ନେବାର କ୍ଷମତାକୁ ମନେପକାଇ ରାଷ୍ଟ୍ରପତି ଏପରି କହିଛନ୍ତି। ଏବେ କଂଗ୍ରେସ ଶୋଚନୀୟ ପରାଜୟର ଦ୍ୱାର ଦେଶରେ ପହଞ୍ଚିଥିବା କଂଗ୍ରେସ ଦଳକୁ ଇନ୍ଦିରାଙ୍କ ଉଦାହରଣ ମଧ୍ୟ ରାଷ୍ଟ୍ରପତି ଦେଇଥିବା ଦେଖାଦେଇଛି।
 
ଶନିବାର ଏହି କାର୍ଯ୍ୟକ୍ରମରେ ଭାଗନେଇ ମୁଖାର୍ଜୀ ଇନ୍ଦିରା ଗାନ୍ଧିଙ୍କର ନେତୃତ୍ୱର ପ୍ରଶଂସା କରିଛନ୍ତି। ୧୯୭୮ ମସିହାରେ କଂଗ୍ରେସ ଦ୍ୱିତୀୟ ବିଭାଜନ ହୋଇଥିଲା। ଏହାପରେ ମଧ୍ୟ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ବେଶ ଭଲ ପଦର୍ଶନ କରିଥିଲା। ତେବେ ଇନ୍ଦିରା ବିଂଶତମ ଶତାଦ୍ଦିର ଜଣେ ନିର୍ଣ୍ଣାୟକ ନେତା ଥିଲେ ଏପରିକି ଏବେ ବି ସେ ଭାରତର ଲୋକମାନଙ୍କ ପାଇଁ ସବୁଠାରୁ ପସନ୍ଦର ପ୍ରଧାନମନ୍ତ୍ରୀ ଅଟନ୍ତି ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି। ଅନ୍ୟ ଏକ ସ୍ମୃତି ବାଣ୍ଟି ପ୍ରଣବ ପ୍ରକାଶ କରିଥିଲେ ଯେ, ୧୯୭୭ ମସିହାରେ କଂଗ୍ରେସ ପରାସ୍ତ ହେବା ସମୟରେ ମୁଁ କନିଷ୍ଠ ମନ୍ତ୍ରୀ ଥିଲି। ସେତେବେଳେ ସେ ମୋତେ କହିଥିଲେ ହାରିଯିବା ଯୋଗୁଁ ନିରାଶ ନହୋଇ କାମ କର କାରଣ ଏହା କାମ କରିବାର ସମୟ ବୋଲି କହିଥିଲେ। ସେ ମଧ୍ୟ କାମ କରିଥିଲେ।
 
ତେବେ ଏହି ଅବସରରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି, ଉପରାଷ୍ଟ୍ରପତି ହାମିଦ ଅନ୍ସାରୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ। ରାଷ୍ଟ୍ରପତି ଇନ୍ଦିରାଙ୍କ କାର୍ୟ୍ୟାବଳୀକୁ ନେଇ ଏକ ପୁସ୍ତକ,‘ଇଣ୍ଡିଆଜ ଇନ୍ଦିରା-ଏ ସେଣ୍ଟେନିଅଲ ଟ୍ରିବ୍ୟୁଟଉନ୍ମୋଚନ କରିଥିଲେ।
 
ସୁଚନା ମୁତାବକ, ସୋନିଆ ଗାନ୍ଧି ନିଜର ସ୍ୱାସ୍ଥ୍ୟରେ ଅବନତି କାରଣ ଯୋଗୁଁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିନଥିଲେ। ସୋନିଆଙ୍କ ଲିଖିତ ଭାଷଣ ରାହୁଲ ଗାନ୍ଧି ପଢ଼ିଥିଲେ। ଭାଷଣରେ ଇନ୍ଦିରା ପଦ, ଜାତି, ସଂମ୍ପ୍ରଦାୟ ପସନ୍ଦ କରୁନଥିବା ମହିଳା ଥିବା ସହ ତାଙ୍କୁ ଭାରତୀୟ ହେବାକୁ ନେଇ ଗର୍ବ ଥିଲା ବୋଲି କହିଥିଲେ।
  • Tags:

Subscribe

National International State Sports Entertainment