ଚୀନ ସୀମା ନିକଟରେ ନିର୍ମିତ ହେଲା ଦେଶର ସବୁଠୁ ଲମ୍ବା ପୋଲ, ମେ ୨୬ରେ ମୋଦୀ କରିବେ ଉଦଘାଟନ
Khabar Odisha:Indias-longest-bridge-to-be-inaugurated-near-china-border

ଡିବ୍ରୁଗଢ଼,ମେ୧୪(ଖବର ଓଡ଼ିଶା): ଚୀନ ସୀମା ନିକଟରେ ଦେଶର ସବୁଠୁ ଲମ୍ବା ନଦୀ ପୋଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୬ରେ ଉଦଘାଟନ କରିବେ। ଏହି ପୋଲ ଉପରେ  ଏବେ ୬୦ ଟନ ପର୍ୟ୍ୟନ୍ତ ଯୁଦ୍ଧ ଟ୍ୟାଙ୍କର ଯାଇପାରିବ। ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ୯.୧୫  ମିଟର ଲମ୍ବର ଢୋଲା-ସୋଦିଆ ପୋଲର ଉଦଘାଟନ କରି ମୋଦୀ ଏନଡିଏ ସରକାରର ୩ ବର୍ଷ ପୂର୍ତ୍ତି ଉତ୍ସବ ଆରମ୍ଭ କରିବେ। ଚୀନ ସୀମାରେ ନିଜର ପ୍ରତିରକ୍ଷା ଶକ୍ତିକୁ ମଜଭୁତ କରିବା ପାଇଁ ଏହି ପୋଲ ନିର୍ମାଣ କରାଯାଇଥିବା କୁହାଯାଉଛି।

ମୋଦୀ ସରକାର ଆସାମ ଓ ଅରୁଣାଚଳ ପ୍ରଦେଶ ପରି ଚୀନ ସୀମାରେ  ସ୍ଥିତ ପୂର୍ବତ୍ତୋର ରାଜ୍ୟରେ ବିମାନ ଓ ରେଳ ସେଵାକୁ ମଜଭୁତ କରିବା ଉପରେ ଜୋର ଦେଇଛନ୍ତି। ଏହା ବ୍ୟତିତ ସୈନ୍ୟ ଓ ଯୁଦ୍ଧ ସାମଗ୍ରୀ ସୀମା ପର୍ୟ୍ୟନ୍ତ ପହଞ୍ଚାଇବା ପାଇଁ ଏସବୁ ପ୍ରୟାସ କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ବାନ୍ଦ୍ରା-ବର୍ଲି ପୋଲ ଦେଶର ସବୁଠୁ ବଡ଼ ପୋଲ। ମାତ୍ର ଏବେ ଏହି ପୋଲ ଏହି ରେକର୍ଡ ଭଙ୍ଗ କରିବାକୁ ଯାଉଛି। ଢୋଲା-ସୋଦିଆ ପୋଲର ଲମ୍ବ ବାନ୍ଦ୍ରା-ବର୍ଲି ପୋଲଠୁ ୩.୫୫ ମିଟର ଅଧିକ ଲମ୍ବ  ଅଟେ। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲ କହିଛନ୍ତି ଯେ ରଣନୀତି ଆଧାରରେ ଏହି ମହତ୍ଵପୂର୍ଣ୍ଣ ପୋଲକୁ ପ୍ରଧାନମନ୍ତ୍ରୀ ମୋଦୀ  ମେ ୨୬ରେ ଦେଶକୁ ସମର୍ପିତ କରିବେ। ଏହି ପୋଲ ଦ୍ଵାରା ପୂର୍ବତ୍ତୋର ରାଜ୍ୟରେ ଗମନାଗମନା ମଜଭୁତ ହେବ।

ପ୍ରାୟ ୯୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପୋଲର ନିର୍ମାଣ ୨୦୧୧ରେ ଆରମ୍ଭ ହୋଇଥିଲା। ଏହି ପୋଲର ଡିଜାଇନ ଏମିତି କରାଯାଇଛି ଯଦ୍ଵାରା ସେନା ସହ ଟ୍ୟାଙ୍କର ଗମନାଗମନ ସୁଗମ ହୋଇପାରିବ। ସୋନୋଓ୍ଵାଲ କହିଛନ୍ତି ଯେ ଭାରତ ପାଇଁ ଆସାମ ଓ ଅରୁଣାଚଳ ପ୍ରଦେଶ ରଣନୀତି ଦୃଷ୍ଟିରୁ ମହତ୍ତ୍ଵପୂର୍ଣ୍ଣ ଅଟେ। 

  • Tags:

Subscribe

National International State Sports Entertainment