ରେକର୍ଡ: ଚେନ୍ନାଇ ସ୍କୁଲ ଛାତ୍ର ବନାଇଲେ ବିଶ୍ୱର ସବୁଠାରୁ ହାଲୁକା ଉପଗ୍ରହ
Khabar Odisha:Chennai-student-prepare-lightest-satellite

ଚେନ୍ନାଇ,ମଇ୧୪(ଖବର ଓଡ଼ିଶା): ଭାରତ କିଛି ମାସ ତଳେ ଗେଟିଏ ଥରରେ ମହାକାଶକୁ ୧୦୪ଟି ଉପଗ୍ରହ ପଠାଇ ରେକର୍ଡ ସ୍ଥାପନ କରିଥିବା ବେଳେ, ଚେନ୍ନାଇର ଏହି ସ୍କୁଲ ଛାତ୍ର ଆଉ ଗୋଟିଏ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଏହି ଛାତ୍ର ବିଶ୍ୱର ସବୁଠାରୁ ହାଲୁକା ଉପଗ୍ରହ ପ୍ରସ୍ତୁତ କରି ଏହି ବିରଳ ରେକର୍ଡ ସୃଷ୍ଟି କରିଥିବା ଜଣାପଡ଼ିଛି । ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ ୧୮ ବର୍ଷୀୟ ରିଫତ ଶାହାରୁଖ ଏମିତି ଏକ ଉପଗ୍ରହ ପ୍ରସ୍ତୁତ କରିଛନ୍ତି ଯେ, ବୈଜ୍ଞାନିକମାନେ ଏହାକୁ ବିଶ୍ୱର ସବୁଠାରୁ କମ ଓଜନର ଉପଗ୍ରହ ବୋଲି କହିଛନ୍ତି । ରିଫତ ଚେନ୍ନାଇରେ ପରିବାର ସହିତ ରହନ୍ତି । ରିଫତ ଏହି ଉପଗ୍ରହକୁ ୟୁଏସ୍ ସ୍ପେସ୍ ଏଜେନ୍ସି ନାସାଓ ଆଇଡୁଡଲଲର୍ଣ୍ଣି ଇଙ୍ଗ (ଗ୍ଲୋବାଲ ଏଜୁକେଶନ କମ୍ପାନୀ)ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କ୍ୟୁବସ ଇନ୍ ସ୍ପେସ୍ପ୍ରତିଯୋଗିତା ସମୟରେ ପସ୍ତୁତ କରିଛନ୍ତି।

 ରିଫତ ଏହି ଉପଗ୍ରହର ନାମ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ୍ କଲାମଙ୍କ ନାମରେ କଲାମ ସେଟ୍ରଖିଛନ୍ତି । ଏହି ସେଟଲାଇଟର ଓଜନ ୦.୧ କିଲୋଗ୍ରାମ ଓ ଏହା ସ୍ମାର୍ଟଫୋନ୍ ଠାରୁ ବି କମ୍ ଓଜନ ବୋଲି ଜଣାପଡ଼ିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ଉପଗ୍ରହକୁ ନାସା ଦ୍ୱାରା ଜୁନ୍ ୨୧ରେ ଲଂଚ କରାଯିବ । ରିଫତ କହିଛନ୍ତି ଯେ, ଉପଗ୍ରହ ରିଡନଫୋସର୍ଡ କାର୍ବନ ଫାଇବର ପୋଲିମର ପ୍ରସ୍ତୁତ କରାଯାଇଛି । ଏହା ୧୨ ମିନିଟ ର ଫ୍ଲାଇଟରେ ଟେକନୋଲୋଜୀ ଡେମୋନଷ୍ଟ୍ରେଟର ଭଳି କାମ କରିବ । ଉଲ୍ଲେଖଯୋଗ୍ୟ ଯେ, ରିଫତ ଏହି ଉପଗ୍ରହକୁ ପସ୍ତୁତ କରିବା ପୂର୍ବରୁ ୨୦୧୫ ରେ କେଲାବକ୍କମରେ ୧୨୦୦ ଗ୍ରାମର ହିଲିୟମ ବେଲୁନ ଲଂଚ କରିଥିଲେ, ଯାହାକି ପାଣିପାଗ ସମ୍ପର୍କରେ ସୂଚନା ଦେଉଥିଲା ।

  • Tags:

Subscribe

National International State Sports Entertainment