ମଶରୁମ ପନୀର ପଲାଉ
ମାର୍ଚ୍ଚ ୨୯, (ଖବର ଓଡିଶା):

ପଲାଉ ଗୋଟେ ଏମିତି ଖାଦ୍ୟ ଯାହାକି ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ । ବିଶେଷ କରି ଛୋଟ ପିଲାଙ୍କୁ ବହୁତ ଭଲ ଲାଗିଥାଏ । ଆସନ୍ତୁ ତିଆରୀ କରିବା ଆପଣଙ୍କର ମନ ପସନ୍ଦର ସ୍ୱାଦିଷ୍ଟ ମଶରୁମ ପଲାଉ ।

ଆବଶ୍ୟକୀୟ ସାମଗ୍ରୀ ;

ବାସୁମତୀ ଚାଉଳ ୨ କପ୍

 ବଟନ ମଶରୁମ ଏକ କପ

ଛୋଟ ଛୋଟ ଖଣ୍ଡ ପନିର ଏକ କପ୍

 ପିଆଜ ଚୁନା ଚୁନା କଟା ୨ ଟି

  ବିଲାତି ପେଷ୍ଟ

ଗରମ ମସଲା ପାଉଡର ଏକ ବଡ ଚାମଚ

 ଅଦା- ରସୁଣ ବଟା ଏକ ଚାମଚ 

  ଘିଅ ୫ ଚାମଚ 

 ଧନିଆ ପତ୍ର ଏକ ଚାମଚ

 ପୁଦିନା ଏକ ଚାମଚ

 ଅଳ୍ପ ଡାଳ ଚିନି 

ଲବଙ୍ଗ ଓ ଗୁଜିରାତି, କାଜୁ ବଟା ୨ ଚାମଚ ଏବଂ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ;

ଚାଉଳକୁ ଧୋଇ ଅଧ ଘଂଟା ବତୁରାଇ ରଖନ୍ତୁ । କଡେଇରେ ଦୁଇ ଚାମଚ ଘିଅ ପକାଇ ଗରମ କରି ସେଥିରେ ଗୋଟା ମସଲାକୁ ସାମାନ୍ୟ ଭାଜନ୍ତୁ । ଏହାପରେ ସେଥିରେ କଟା ହୋଇଥିବା ପିଆଜକୁ ପକାଇ ଭାଜନ୍ତୁ । ତା ପରେ ସେଥିରେ ଅଦା- ରସୁଣ ବଟା ଓ ବିଲାତି ପେଷ୍ଟ ପକାଇ କଷନ୍ତୁ । ମସଲାରୁ ବାସ୍ନା ଆସିଲେ  ସେଥିରେ ମଶରୁମ୍, ପନୀର କ୍ୟୁବ୍ ଏବଂ ଗରମ ମସଲା ପାଉଡର ପକାନ୍ତୁ । କାଜୁ ବଟା ,ଏକ କପ୍ ପାଣି ଓ ଲୁଣ ମିଶାନ୍ତୁ । ହାଲୁକା ଆଂଚ କରି ଅଳ୍ପ ସମୟ ବସାଇ ମସଲାକୁ ଟିକେ ବହଳିଆ ରଖନ୍ତୁ । ପଲାଉ କରିବା ପାଇଁ ବଳକା ଥିବା ଘିଅ ଆଉ ଏକ ପାତ୍ରରେ ଗରମ କରି ସେଥିରେ ବଳକା ଥିବା ପିଆଜ ଭାଜନ୍ତୁ । ଏଥର ଚାରି କପ୍ ପାଣି ଓ ଅଳ୍ପ ଟିକେ ଲୁଣ ପକାଇ ଗୋଳାନ୍ତୁ । ଭାତ ହୋଇଯିବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଆଉ ଏକ ବଡ ହାଣ୍ଡି ନେଇ  ଭାତ ଏବଂ ଆଗରୁ ପ୍ରସ୍ତୁତ ହୋଇଥିବା ପନିର ଓ ମଶରୁମ ମସଲା ଭଲ କରି ଗୋଳାଇ ହାଲକା ଆଂଚରେ ଅଳ୍ପ ସମୟ ବସାନ୍ତୁ । ବାସ୍ନା ଆସିଲେ ଗ୍ୟାସରୁ ଓହ୍ଲାଇ କାଢି ଆଣି ପରଷନ୍ତୁ । ଆପଣଙ୍କର ହେଇଗଲା ସ୍ୱାଦିଷ୍ଟ ପଲଉ । 

  • Tags:

Subscribe

National International State Sports Entertainment