କାଶ୍ମୀରରେ ଜିହାଦ ବଢ଼ାଇବାକୁ ନବାଜ ଓସାମାଠାରୁ ନେଇଥିଲେ ୧.୫ ଆରବ ଟଙ୍କା: ତହରିକ-ଏ-ଇନସାଫ
Khabar Odisha:Nawaj-takes-money-to-spread-Jihad-in-Kasmirtahrik-e-insaf

ଇସଲାମାବାଦ, ମଇ ୦୯(ଖବର ଓଡ଼ିଶା): ପାକିସ୍ତାନର ପ୍ରଧାନମନ୍ତ୍ରୀ ନବାଜ ଶରିଫଙ୍କର ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ନିକଟରେ ତାଙ୍କ ଉପରେ ପାନାମା ମାମଲାକୁ ନେଇ ଅଭିଯୋଗ ଆସୁଥିବା ବେଳେ ଏବେ ଏକ ନୁଆ ମାମଲା ସାମ୍ନାକୁ ଆସିଛି। ଇମରାନଙ୍କ ପାର୍ଟି ତହରିକ-ଏ-ଇନସାଫ ନବାଜ ଶରିଫ ଅଲକାଇଦାର ମୁଖ୍ୟ ଓସାମା ବିନ୍‌ ଲାଦେନଠାରୁ ଟଙ୍କା ଆଣି ଜିହାଦ୍‌ ପାଇଁ ଖର୍ଚ୍ଚ କରିଥିବା ସେ ପ୍ରକାଶ କରିଛନ୍ତି। ଏହା ପରେ ନବାଜ ଏହି ଟଙ୍କାକୁ ୧୯୮୯ ମସିହାରେ ବେନଜୋର ଭଟ୍ଟୋଙ୍କ ସରକାରଙ୍କ ବିରୁଦ୍ଧରେ ବ୍ୟବହାର କରିଥିବା ଅଭିଯୋଗରେ ପ୍ରକାଶ କରାଯାଇଛି।

ତହରିକ-ଏ-ଇନସାଫ ଏହି ଅଭିଯୋଗ କିଛି ସାକ୍ଷାତକାର ଏବଂ ଏକ ପୁସ୍ତକ ଖାଲିଦ୍‌ ଖ୍ୱାଜା:ଶହିଦ୍‌-ଏ-ଅମନ’  ଆଧାରରେ କରିଛନ୍ତି। ଏଥିରେ ନବାଜ ଶରିଫ ଲାଡ଼େନଠାରୁ ୧.୫ ଅରବ ଟଙ୍କାର ସହାୟତା ନେଇଥିଲେ। ସେ ଏହାର ଉପଯୋଗ କାଶ୍ମୀର ଏବଂ ଅଫଗାନିସ୍ତାନ ପରି ସ୍ଥାନରେ ଜିହାଦ ବିସ୍ତାର କରିବା ପାଇଁ ବ୍ୟବହାର କରିଥିଲେ।

ଏହି ଖୁଲାସା ପରେ ପାକ ରାଜନୀତିର ଏକ ନୂଆ ଇତିହାସ ଉପରୁ ପରଦା ଉଠିଛି। ତେବେ ଏହାକୁ ନେଇ ସେ ମଧ୍ୟ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇପାରନ୍ତି। ଉପର ଲିଖିତ ପୁସ୍ତକଟି ଶମାମା ଖାଲିଦ୍‌ଙ୍କ ଦ୍ୱାରା ଲେଖାଯାଇଛି। ଶମାମା ଆଏସଆଇର ସ୍ପାଇ ଖାଲିଦ ଖ୍ୱାଜାଙ୍କର ପତ୍ନୀ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ୨୦୧୦ ମସିହାରେ ପାକିସ୍ତାନୀ ତାଲିବାନ ଦ୍ୱାରା ହୋଇଯାଇଥିଲା।

ସୁଚନା ଯୋଗ୍ୟ ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ନବାଜ ଶରିଫଙ୍କ ସହ ପରିବାର ଉପରେ ମଧ୍ୟ ପାନାମା ପେପରକୁ ନେଇ ହୋଇଥିବା ଖୁଲାସାରେ ଅଭିଯୋଗ ଘେରକୁ ଆସିଥିଲେ। ୧୯୯୦ ଦଶକରେ ଦୁଇ ଥର ପ୍ରଧାନମନ୍ତ୍ରୀ ରହି ସାରିଥିବା ଶରିଫ ଧନ ଶୋଷଣ କରି ଲଣ୍ଡନରେ ସମ୍ପତ୍ତି  କିଣିବାକୁ ନେଇ ପାନାମା ମାମଲା ଚର୍ଚ୍ଚାର ପରିସରକୁ ଆସିଥିଲା। ଏହାକୁ ଶରିଫଙ୍କ ପରିବାର ପକ୍ଷରୁ ମନା କରାଯାଇଥିଲେ ହେଁ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣୀ ଆରମ୍ଭ କରଯାଇଛି।

 

  • Tags:

Subscribe

National International State Sports Entertainment