ଭାରତ ସମେତ ଶତାଧିକ ଦେଶରେ ବୃହତ ସାଇବର ଆକ୍ରମଣ, ୧ ଲକ୍ଷ ୩୦ ହଜାର କମ୍ପୁଟରରେ ଭାଇରସ୍
Khabar Odisha:Massive-global-cyber-attack-130-Lakh-Computer-affected
ନୂଆଦିଲ୍ଲୀ, ମେ ୧୪ (ଖବର ଓଡ଼ିଶା): ଆମେରିକାର ନ୍ୟାସିନାଲ ସିକ୍ୟୁରିଟି ଏଜେନ୍ସି ବ୍ୟବହାର କରୁଥିବା ଟେକ୍ନୋଲୋଜିର ବ୍ୟବହାର କରି ଭାରତ ସମେତ ବିଶ୍ୱର ପ୍ରାୟ ଶତାଧିକ ଦେଶରେ ସାଇବର୍ ଆକ୍ରମଣ କରାଯାଇଛି । ଏହି ସାଇବର ଆକ୍ରମଣ ଅପରାଧ ଇତିହାସରେ ସବୁଠାରୁ ବୃହତ ଘଟଣା ବୋଲି ଆଲୋଚନା ହେଉଛି । ଶୁକ୍ରବାର ରାତିରେ ହୋଇଥବା ଏହି ସାଇବର ଆକ୍ରମଣରେ ବିଶେଷ ଭାବେ ଋଷ୍, ୟୁକ୍ରେନ, ଓ ତାଇୱାନ୍ ପ୍ରଭାବିତ ହୋଇଛି । ଋଷିଆ ଏବଂ ଭାରତ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ।
 
ସୂଚନାନୁଯାୟୀ, ରେଶମୱେର୍‌ ନାମକ ଏକ ଭାଇରସ ଦ୍ୱାରା ଆନ୍ଧ୍ର ପୁଲିସର ୧୦୨ କମ୍ପୁଟର ପ୍ରଭାବିତ ହେଇଛି ବୋଲି ସୂଚନା ରହିଛି । ପୁରୁଣା ୱିଣ୍ଡୋଜ ଏକ୍ସପି ପରିଚାଳନା ପ୍ରଣାଳୀ ଏବେ ସୁଦ୍ଧା ବହୁଳ ଭାବେ ବ୍ୟବହାର କରାଯାଉଥବାରୁ ଭାରତରେ ସେତେ କ୍ଷତିଗ୍ରସ୍ତ ହୋଇନାହିଁ ।
 
ଚୀନର ବହୁ ପ୍ରାଥମିକ ସ୍କୁଲ ଓ ବିଶ୍ୱ ବିଦ୍ୟାଳୟର କମ୍ପୁଟର ମଧ୍ୟ ହ୍ୟାକ୍ କରାଯାଇ ସବୁ ତଥ୍ୟକୁ ଚୋରି କରାଯାଇଛି । ଏହା ସହ ଲଣ୍ଡନରେ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେବା ସହ ଆମେରିକାର ଇଣ୍ଟରନ୍ୟାସିନାଲ୍ କୋରିଅର ସେବା ଫେଡେକ୍ସ, ଫ୍ରାନ୍ସର କାର ନିର୍ମାଣକାରୀ ସଂସ୍ଥା ରିନଲ୍ଟର କମ୍ପୁଟର ଗୁଡିକୁ ହ୍ୟାକରମାନେ ଦୀର୍ଘ ସମୟ ଧରି ଅଚଳ କରିଦେଇଥିଲେ । ଦେଶରେ ବିଭିନ୍ନ ଟେଲିକମ୍ କମ୍ପାନୀ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି ।
 
ସାଇବର ସିକ୍ୟୁରିଟି କମ୍ପାନୀ ଏଫ୍-ସିକ୍ୟୁରମୁଖ୍ୟ ଗବେଷକ ଅଧିକାରୀ ମିକ୍କୋ ହାଇପୋନେନଙ୍କ ମତରେ ଏହା ଇତିହାସର ସର୍ବବୃହତ ସାଇବର ଆକ୍ରମଣ । ୧୦୦ରୁ ଉର୍ଦ୍ଧ୍ୱ ଦେଶରେ ୧ ଲକ୍ଷ ୩୦ ହଜାର୍ କମ୍ପୁଟର ଏହା ଦ୍ୱାରା ପ୍ରଭାବିତ ହୋଇଛି ।
 
ପୂର୍ବପରି ସବୁକିଛି ଚାଲୁ ରଖିବାକୁ ଦେଶ ମାନଙ୍କୁ ବିଟକେନରେ ଅର୍ଥଦେବାକୁ ପଡିବ ବୋଲି ହ୍ୟାକର ମାନେ କହିଛନ୍ତି। ଆମେରିକା ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରାଯିବା ସହ ଏହାକୁ କିପରି ରୋକାଯାଇ ପାରିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ଆମେରିକା ସରକାରଙ୍କ ତରଫରୁ କୁହାଯାଇଛି । ତେଣୁ କୌଣସି ଅଜଣା ଇମେଲ୍ ଓ ଆପକୁ ନଖୋଲିବାକୁ ସାଇବର ବିଶେଷଞ ସୂଚନା ଦେଇଛନ୍ତି ।
  • Tags:

Subscribe

National International State Sports Entertainment