ଥଣ୍ଡା କାଶରୁ ମୁକ୍ତି ଦିଏ ମିଶିରି, ଆସନ୍ତୁ ଜାଣିବା ଏହାର ବ୍ୟବହାର
Khabar Odisha:health-national-soul-is-effective-mithri-such-kare-saven
ଭୁବନେଶ୍ୱର, ଫେବୃଆରୀ ୦୩(ଖବର ଓଡିଶା):

 ପୃଷ୍ଟି ବୈଜ୍ଞାନୀକଙ୍କ  ମତରେ ଛୋଟ-ଛୋଟ ରୋଗ ପାଇଁ ସବୁବେଳେ ଔଷଧ ଖାଇବା ଭଲ ନୁହେଁ । ଘରୋଇ ଉପଚାର କରିବା ମଧ୍ୟ ଦେହ ପାଇଁ ହିତକର ଅଟେ । କାଶ-ଥଣ୍ଡା ପାଇଁ ଓ ତଂଟି ରୋଗ ସଂକ୍ରମଣ ପାଇଁ ମିଶିରି ବେଶ ଭଲ ଅଟେ ।

ମିଶିରି ଖାଇବା ଦ୍ୱାରା ଆପଣଙ୍କ ଥଣ୍ଡା- କାଶ ଓ ବନ୍ଦ ନାକ ରୋଗ କମିଯିବ । ମିଶିରିକୁ ରାତିରେ ପାଣିରେ ଭିଜାଇ ସକାଳେ ପିଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ । ମିଶିରି ସେବନ କରିବା ଦ୍ୱାରା ତ୍ୱଚାରେ ମଧ୍ୟ ଚମକ ଆସିଥାଏ । 

ମିଶିରିରେ ଔଷଧିୟ ଗୁଣ ଅଛି । ଯାହା ଦ୍ୱାରା ରୋଗ ଭଲ ହୋଇଥାଏ । ଏହା ଖାଇବା ଦ୍ୱାରା ପଚନକ୍ରିୟା ମଧ୍ୟ ଭଲ ହୋଇଥାଏ । ଏହା ଛଡା ମିଶିରି ଏସିଡିଟି ଓ ଗ୍ୟାସ୍ ରୋଗକୁ ପାଇଁ ବହୁତ ଲାଭଦାୟକ ଅଟେ । ମିଠା ଯୋଗୁଁ ଯଦି ଆପଣ ମିଶିରି ଖାଉନାହାନ୍ତି ତେବେ ମନେ ରଖନ୍ତୁ ଏହା ଔଷଧିୟ ଗୁଣରେ ଭରପୁର ଅଟେ । ଯାହା ଶରୀର ପାଇଁ ବେଶ ଲାଭଦାୟକ ଅଟେ ।  

Subscribe

National International State Sports Entertainment