ଅପରେସନ ପରେ ତଂଟିରୁ ବାହାରିଲା ଜିଅନ୍ତା ମାଛ
Khabar Odisha:
ଭୁବନେଶ୍ୱର, ମେ ୧୩ (ଖବର ଓଡ଼ିଶା): ସାଙ୍ଗସାଥୀ ହୋଇ ଯାଇଥିଲେ ମାଛ ଧରିବାକୁ । ଖସିଯାଇ ମାଛଟି ଧରାଳୀଙ୍କ ପାଟିରେ ପଶିଗଲା । ପେଟକୁ ଗଲା ନି କି ପଦାକୁ ଆସିଲାନି । ତଂଟିରେ ସେମିତି ଲାଖି ରହିଲା । ଧରାଳୀ ଜଣଙ୍କ ମାଛ ଧରିବେ କଣ ଯନ୍ତ୍ରଣାରେ ଚେତାହୀନ ହେଲେ । ଟିକିଏ ଭାବନ୍ତୁ ତ, କିପରି ହୋଇଥିବ ଏ ସ୍ଥିତି ।
 
ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର  ପୋତାଡିହ ଗ୍ରାମରେ । ଗ୍ରାମର ଜଣେ ୩୦ ବର୍ଷର ଯୁବକ ସୁଦର୍ଶନ (ଛଦ୍ମନାମ) ପୋଖରୀକୁ ମାଛ ଧରିବା ପାଇଁ ଯାଇଥିଲେ । ଧରିବାବେଳେ ହାତରୁ ଖସିଯାଇ ଏକ ମାଛ ସିଧା ଡେଇଁ ସୁଦର୍ଶନଙ୍କ ପାଟିରେ ପଶି ଯାଇଥିଲା । ସୁଦର୍ଶନଙ୍କ ତଂଟିରେ  ଅଟକି ଯାଇଥିବା ମାଛ କୌଣସି ପ୍ରକାରେ ବି ବାହାରକୁ ଆସିନଥିଲା । ତୁରନ୍ତ ତାଙ୍କୁ  ନିକଟସ୍ଥ ହସ୍ପିଟାଲକୁ ପଠାଗଲା । ଏକ୍ସ-ରେ କରିବାରୁ ଜଣାଗଲା ଯେ ମାଛଟି ସୁଦର୍ଶନଙ୍କ ତଂଟିରେ ଅଟକି ରହିଛି । ସେଠାକାର ଡାକ୍ତରମାନେ ଅନ୍ୟତ୍ର ନେଇଯିବା ପାଇଁ କହିବାରୁ ସୁଦର୍ଶନଙ୍କୁ ଭର୍ତି କରାଗଲା ଭୁବନେଶ୍ୱରର ଅପୋଲୋ ହସ୍ପିଟାଲରେ । ଡାକ୍ତର ସଞ୍ଜିବ ଗୁପ୍ତା ଓ ଡାକ୍ତର ସୂର୍ୟ୍ୟକାନ୍ତ ପ୍ରଧାନ ଅପରେସନ କରି ମାଛଟିକୁ ସୁଦର୍ଶନଙ୍କ ତଂଟିରୁ ବାହାର କରିଥିଲେ ।
  • Tags:

Subscribe

National International State Sports Entertainment