ସମ୍ବଲପୁରରେ କୃଷି ଯନ୍ତ୍ରପାତି ତାଲିମ ଓ ପରୀକ୍ଷଣ କେନ୍ଦ୍ର : କେନ୍ଦ୍ର ଦେଲା ସବୁଜ ସଙ୍କେତ
Khabar Odisha:Agriculture-eqp-and-training-center-Sambalpur-soon
ସମ୍ବଲପୁରମେ ୧୩ (ଖବର ଓଡ଼ିଶା): ସମ୍ବଲପୁର ବସନ୍ତପୁରଠାରେ ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି କୃଷି ଯନ୍ତ୍ରପାତି ତାଲିମ ଓ ପରୀକ୍ଷଣ କେନ୍ଦ୍ର । କେନ୍ଦ୍ର କୃଷିସମବାୟ ଏବଂ କୃଷକ ସଶକ୍ତିକରଣ ମନ୍ତ୍ରଣାଳୟ ଏହାକୁ ଅନୁମୋଦନ କରିଛି ।
 
ରାଜ୍ୟରେ ୧୦ଟି କୃଷି ପାଣି ପାଗ ଜୋନ୍ ଥିବାବେଳେ ଏଠାରେ ଯନ୍ତ୍ରପାତିର ପରୀକ୍ଷା ସୁବିଧା ନଥିଲା । ବିଭିନ୍ନ କୃଷି ପାଣିପାଗ କ୍ଷେତ୍ରକୁ ସୁହାଇଲା ଭଳି ଯନ୍ତ୍ରପାତି ବିକାଶ ହୋଇପାରୁନଥିଲା । କୃଷକମାନଙ୍କୁ ଯନ୍ତ୍ରପାତି ସଂକ୍ରାନ୍ତରେ ତାଲିମମରାମତି ଏବଂ ରକ୍ଷଣାବେକ୍ଷଣ ଦିଗରେ ଦକ୍ଷତା ବିକାଶର ଆବଶ୍ୟକତା ଲୋଡ଼ା ଯାଉଥିଲା । ଏବେ ଏପରି ଏକ ପ୍ରତିଷ୍ଠାନ ପାଇଁ କେନ୍ଦ୍ରସରକାର ସମ୍ବଲପୁରକୁ ବାଛିଥିବାରୁ ଓଡ଼ିଶା ଏଥିପାଇଁ ଆଉ ଆସାମର ବିଶ୍ୱନାଥ ବାରିଆଲି  କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ।
 
ସରକାର କୃଷି ଯନ୍ତ୍ରପାତି ଉପରେ ରିହାତି ବ୍ୟବସ୍ଥା କରିଥିବାରୁ ଏଭଳି ଏକ କେନ୍ଦ୍ର ଓଡ଼ିଶା ପାଇଁ ଅତ୍ୟନ୍ତ ଦରକାର ଥିବା କୁହାଯାଇଛି ।
  • Tags:

Subscribe

National International State Sports Entertainment